ଛତୁ ଆଣିବାକୁ ଯାଇଥିଲେ ଜଙ୍ଗଲ, ଭାଲୁ ଆକ୍ରମଣରେ ମହିଳା ଗୁରୁତର

Published By : Prameya-News7 Bureau | July 27, 2024 IST

ପାଟଣା ୨୭/୭: ଛତୁ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ । ଭାଲୁ ହାବୁଡରେ ପଡି ହସ୍‌ପିଟାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ କୁଦାବେଡା ଗାଁର ମହିଳା କଂସଲା ମୁଣ୍ଡା । ପାଖ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିଲେ ।  ହଠାତ ସାମ୍ନାକୁ ପଳାଇ ଆସିଥିଲେ ୨ଟି ଭାଲୁ । ଗୋଡାଇ ଗୋଡାଇ କଂସଲାଙ୍କୁ ଆକ୍ରମଣ କରିଥିଲେ ।

କୌଣସି ପ୍ରକାରେ ଭାଲୁ କବଳରୁ ବର୍ତ୍ତି ଘରକୁ ପଳାଇ ଆସିଥିଲେ ସେ । କଂସଲାଙ୍କ ମୁଣ୍ଡ,ଗୋଡ,ଛାତି ଓ ଦେହରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.