ଗୁରୁ-ଶିଷ୍ୟ ସଂପର୍କରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଟ୍ୟୁସନ ସାର

Published By : Prameya-News7 Bureau | October 11, 2024 IST

ଟାଙ୍ଗି ୧୧/୧୦: ପୁଣି ଗୁରୁ ଶିଷ୍ୟ ସଂପର୍କରେ କଳଙ୍କ । ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଟ୍ୟସନ ସାର । ଖୋର୍ଦ୍ଧା ବାଣପୁର ନିକଟ ନାଚୁଣୀ ଥାନା ଅଞ୍ଚଳର ତୋଟା ଗାଁର ଘଟଣା । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ଲିଙ୍ଗରାଜ ମୁଦୁଲିକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

ପରୀକ୍ଷାରେ ପାସ୍‌ କରାଇଦେବା ନାଁରେ ସ୍ଥାନୀୟ ଅଞ୍ଚଳର କିଛି ପିଲାଙ୍କୁ ଟ୍ୟୁସନ କରୁଥିଲା ଲିଙ୍ଗରାଜ । ଗତ ୫ ତାରିଖରେ ସବୁ ପିଲାଙ୍କୁ ଘରକୁ ପଠାଇଦେଇ ଛାତ୍ରୀଙ୍କୁ ଅସଦାଚରଣ କରିଥିଲା । ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଘଟଣା ସଂପର୍କରେ ଛାତ୍ରୀ ଜଣକ ଘରେ କହିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନାଚୁଣୀ ପୋଲିସ ରିସିକିଆ ଟ୍ୟୁସନ ମାଷ୍ଟରକୁ ଅଟକ ରଖି ପଚରାଉଚରା କରୁଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.