ସୁରକ୍ଷାକର୍ମୀଙ୍କ ଗୁଳିରେ କ୍ୟାଡର ମାଓବାଦୀ ମୃତ, ଛତ୍ରଭଙ୍ଗ ଦେଲେ ଆଉ ୧୦

Published By : Prameya-News7 Bureau | October 25, 2024 IST

ବାଲିଗୁଡା ୨୫/୧୦: ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ । ଛତ୍ରଭଙ୍ଗ ଦେଲେ ୧୦ରୁ ଅଧିକ ମାଓବାଦୀ । ବାଲିଗୁଡା ଥାନା ମିଡିଆକିଆ,ବୋରିକିଆ ନିକଟ ଆଡାର ଜଙ୍ଗଲ ସ୍ଥିତ ସେସର ଗାଁରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଶୁକ୍ରବାର ସକାଳୁ ଏସ୍‌ଓଜି ବାହିନୀ କମ୍ବିଂ ଅପରେସନ କରୁଥିବାବେଳେ ମାଓବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇ ଥିଲେ । ପାଲଟା ଜବାବରେ ସୁରକ୍ଷାକର୍ମୀ ମାଓବାଦୀଙ୍କୁ ଗୁଳି ଚାଳନା କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ କେବିଏନ୍‌ ମାଓ ସଂଗଠନର ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ସୁରକ୍ଷାକର୍ମୀଙ୍କ ଗୁଳିର ସାମ୍ନା କରିନପାରି ୧୦ରୁ ଅଧିକ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.