ଏକାସଙ୍ଗେ ଅସୁସ୍ଥ ହେଲେ ୧୨ ଛାତ୍ରୀ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | July 09, 2024 IST

ଆନନ୍ଦପୁର ୯: ଚାଲିଥିଲା ସ୍କୁଲ, ଏକାଥରେ ଅସୁସ୍ଥ ହେଲେ ୧୨ ଛାତ୍ରୀ । ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀରୁ ମିଶାଇ ୧୨ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲରେ । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ କ୍ଲାସ୍ ଚାଲିଥିବା ବେଳେ ୯ମ ଓ ୧୦ମ ଶ୍ରେଣୀରୁ ଜଣକ ପରେ ଜଣେ ଏମିତି ୧୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ବିଦ୍ଯାଳୟ ଶିକ୍ଷକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ  କେଶଦୂକପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ପୁଣି ଥରେ ସମସ୍ତ ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି । ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଥିବା ଅବିଭାବକ କହିଛନ୍ତି । ପୁନର୍ବାର  ସ୍କୁଲରେ ଏଭଳି ଘଟଣା ପାଇଁ ଚିନ୍ତା ବ୍ଯକ୍ତ କରିଛନ୍ତି ଅଭିଭାବକ । ତେବେ ଛାତ୍ରୀଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥ୍ୟଗତ ସମସ୍ଯା ନଥିବା ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

You Can Read:

ବେଆଇନ ଦୋକାନ ଗୃହ ଉଚ୍ଛେଦକୁ ବିରୋଧ, ଘଟଣାସ୍ଥଳରେ ଚାପା ଉତ୍ତେଜନା 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.