ବେଆଇନ ଦୋକାନ ଗୃହ ଉଚ୍ଛେଦକୁ ବିରୋଧ, ଘଟଣାସ୍ଥଳରେ ଚାପା ଉତ୍ତେଜନା

Published By : Prameya-News7 Bureau | July 09, 2024 IST

ଆଠଗଡ ୯: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ସାମ୍ନାରେ ବେଆଇନ ଭାବେ ଗଢ଼ିଉଠିଥିବା ଦୋକାନ ଗୃହ ଉଚ୍ଛେଦକୁ ବଡମ୍ବା ବଣିକ ସଙ୍ଘର ବିରୋଧ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବଡ଼ମ୍ବା ଅତିରିକ୍ତ ସୁବାଷ ଚନ୍ଦ୍ର ମହାନ୍ତି ଓ ସ୍ଥାନୀୟ ପୋଲିସ ସହାୟତାରେ ଆରମ୍ଭ ହୋଇଥିଲା ଉଚ୍ଛେଦ ପ୍ରକ୍ରିୟା । ହେଲେ ବ୍ୟବସାୟୀ ମାନଙ୍କୁ ଏହାକୁ ବିରୋଧ କରିବା ସହ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ପରେ ଏହି ଉଚ୍ଛେଦ କାର୍ଯ୍ୟ ହେଉ ସେଥିପାଇଁ କିଛି ସମୟ ଦିଆଯାଉ ବୋଲି କହିଛନ୍ତି ଅଶୋକ କୁମାର ସାହୁ ମହାବୀର ବଣିକ ସଂଘର ସଭାପତି । ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓ ଏବଂ ବଡମ୍ବା ଅତିରିକ୍ତ ତହସିଲଦାରଙ୍କ ସହିତ ବଣିକ ସଂଘ ମଧ୍ୟରେ ଆଲୋଚନା ଜାରି ରହିଛି ।

You Can Read:

ଛାତ୍ରୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର, କ୍ଷତିପୂରଣ ଦାବିରେ ରାସ୍ତାରୋକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.