୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ, କେଉଁଠୁ କିଏ ?

Published By : Prameya-News7 Bureau | June 14, 2023 IST

ନୂଆଦିଲ୍ଲୀ: ଏଥର ବିଜେପିରେ ବଡ଼ ପରିବର୍ତ୍ତନ ହେଇପାରେ। ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ଜଣ ରାଜ୍ୟସଭା ସାଂସଦ ଓ କିଛି ବିଧାୟକଙ୍କୁ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି ବିଜେପି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍‌ରେ ଥିବା ରାଜ୍ୟସଭା ସାଂସଦ ଓ ମନ୍ତ୍ରୀଙ୍କୁ ପାଞ୍ଚଟି ଲୋକସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟ କରିବାକୁ କୁହାଯାଇଛି। ସେଥିମଧ୍ୟରୁ ଦଳୀୟ ଟିକେଟ୍‌ ନିର୍ବାଚନ ଲଢ଼ିବାକୁ ୩ଟି ସିଟ୍ ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।ମଙ୍ଗଳବାର ଲୋକସଭା ନିର୍ବାଚନ ଲଢ଼ିବା ନେଇ କିଛି ସାଂସଦ ଓ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ନାଁ ବିଭିନ୍ନ ଗଣମାଧ୍ୟମଙ୍କ ସମେତ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।  

BJP Will Return To Power In 2024 By Winning Over 300 Lok Sabha Seats: Amit  Shah

ପଢ଼ନ୍ତୁ -ED କଷ୍ଟୁଡିରେ ତାମିଲନାଡୁର ଶକ୍ତିମନ୍ତ୍ରୀ, ଗିରଫ ବେଳେ କାନ୍ଦିଲେ: ଛାତିରେ ଯନ୍ତ୍ରଣା ହେତୁ ହସ୍ପିଟାଲରେ ଭର୍ତ୍ତି

ଏନେଇ ନିକଟରେ ଦଳର ବ୍ୟାପକ ଏକ ବିଚାର ବିମର୍ଶ ବୈଠକ ହୋଇଥିଲା। ଏହି ବୈଠକରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ରାଜ୍ୟସଭା ସାଂସଦ ଥିବା କେତେକ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ବିଚାର କରାଯାଇଥିଲା। ସରକାରରେ ସେମାନଙ୍କର ପ୍ରଦର୍ଶନ ଏବଂ ୨୦୨୪ ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବାର କ୍ଷମତାକୁ ଦେଖି ଲୋକସଭା ନିର୍ବାଚନ ପାଇଁ ସେମାନଙ୍କୁ ଚୟନ କରାଯାଇଥିବା ସୂଚନା ମିଳିଛି। ତେବେ ଲୋକସଭା ନିର୍ବାଚନ ନେଇ ଯେଉଁ କେତେଜଣ ସାଂସଦ ଓ ମନ୍ତ୍ରୀଙ୍କ ନାଁ ଚର୍ଚ୍ଚାରେ ରହୁଛି ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଏ ବିଷୟରେ ପ୍ରତିକ୍ରିୟା ଦେଇ ନାହାନ୍ତି।

Post-Bihar jolt, Shah, Nadda hold key BJP meeting | Deccan Herald

ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଯେଉଁ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ଚର୍ଚ୍ଚାରେ ରହିଛି ସେମାନେ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମନ୍ତ୍ରୀ ପୀୟୁଷ ଗୋୟଲ, ଭୁପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ମାନସୁଖ ମାଣ୍ଡବ୍ୟ, ହାର୍ଦ୍ଦିକ ପୁରୀ, ଏସ୍ ଜୟଶଙ୍କର, ପୁରୁଷୋତ୍ତମ ରୂପାଲା ଏବଂ ଅନ୍ୟମାନେ ଅଛନ୍ତି। ସମସ୍ତେ ରାଜ୍ୟସଭାରେ ସେମାନଙ୍କର ଦ୍ୱିତୀୟ ପାଳି ପୂରଣ କରିସାରିଛନ୍ତି।

ପଢ଼ନ୍ତୁ -‘ଦେଶରେ ମୋଦୀ, ମହାରାଷ୍ଟ୍ରରେ ସିନ୍ଦେ’, ବିଜ୍ଞାପନରେ ଫଡ଼ଣବିସଙ୍କୁ ଅଣଦେଖା, ବିଜେପି-ଶିବସେନା ମେଣ୍ଟରେ ଘନେଇଲା ବିବାଦ !

ହେଉଥିବା ଚର୍ଚ୍ଚା ଅନୁସାରେ, ଜୟଶଙ୍କର ନୂଆଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି। ସେହିପରି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ସମ୍ବଲପୁର କିମ୍ବା ଢେଙ୍କାନାଳ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ଶୁଣିବାକୁ ମିଳୁଛି ଯେ ନିର୍ମଳା ସୀତାରମଣ ୨୦୨୪ ଲୋକସଭା ନିର୍ବାଚନ ମଦୁରାଇରୁ ଲଢ଼ିବେ।

BJP President JP Nadda Makes A Big Statement On Upcoming Himachal Elections  | Zee News

ଏପଟେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଆସନ୍ତା ବର୍ଷ ରାଜ୍ୟସଭାରେ ତାଙ୍କର ଦ୍ୱିତୀୟ ପାଳି ପୂରଣ କରୁଛନ୍ତି। ସେ ଅମୃତସର କିମ୍ବା ଅନ୍ୟ କୌଣସି ଶିଖ୍ ପ୍ରାଧାନ୍ୟ ଆସନରୁ ନିର୍ବାଚନ ଲଢ଼ିବେ ବୋଲି କୁହାଯାଇଛି। ସେହିପରି ବିଜେପି ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ମାଣ୍ଡି ଆସନରୁ ଲୋକସଭା ନିର୍ବାଚନରେ ଲଢ଼ିବା ନେଇ  କୁହାଯାଉଥିବା ବେଳେ କେନ୍ଦ୍ର ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘନିଷ୍ଠ ପୀୟୁଷ ଗୋୟଲ ଚନ୍ଦନ ଚୌକ୍ କିମ୍ବା ପୁଣେ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କୁ ଗୁଜରାଟରେ କୌଣସି ଏକ ଲୋକସଭା ଆସନ ବାଛିବାକୁ କୁହାଯାଇଛି।

Piyush Goyal, the man behind the successful mission of electrification of  Indian villages

ଏହି ଖବରଟିକୁ ବି ପଢ଼ନ୍ତୁ- ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନା ମଲାଇଙ୍କ ବିରୋଧରେ ସଂକଳ୍ପ ପାରିତ କଲା ଶାସକ ଏଆଇଏଡିଏମ୍‌କେ

ରାଜ୍ୟସଭା ସାଂସଦ, ଡ. କେ ଲକ୍ଷ୍ମଣ (ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ସଭାପତି) ଏବଂ ସୁଶୀଲ କୁମାର ମୋଦୀ (ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ) ଅଛନ୍ତି। ଡ. କେ ଲକ୍ଷ୍ମଣ ତେଲେଙ୍ଗାନାର ଚେଭେଲା ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ସ୍ଥିର ହୋଇଥିବା ବେଳେ କରୁଥିବା ବେଳେ ସୁଶୀଲ କୁମାର ମୋଦୀ ବିହାରର ଭାଗଲପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

JNU to honour Nirmala Sitharaman, S Jaishankar with 'Distinguished Alumni  Award' | Newsmobile

ପୂର୍ବତନ ସାଂସଦ ଏପି ଅବଦୁଲ୍ଲାକୁଟି ଲାକ୍ଷାଦ୍ୱୀପରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିବା ବେଳେ ନୂଆ କରି ଦଳରେ ସାମିଲ ହୋଇଥିବା ଜୟବୀର ଶେରଗିଲ୍‌ଙ୍କୁ ଆନନ୍ଦପୁର ସାହିବ ଲୁଧିଆନାରୁ, ଓ ସୁନୀଲ ଜାଖରଙ୍କୁ ଗୁରୁଦାସପୁର ଲୋକସବା ଆସନରେ ପ୍ରାର୍ଥୀ କରିପାରେ ବିଜେପି। ଓଡ଼ିଶା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ମଧ୍ୟ ଆଲୋଚନା କରାଯାଇଛି ।

ପଢ଼ନ୍ତୁ -୨୨୦ ମାସରେ ୨୨୫ ଦୁର୍ନୀତି, ଏ ହେଉଛି ବିଜେପିର ଡବଲ ଇଞ୍ଜିନ ସରକାରର କାମ: ପ୍ରିୟଙ୍କା ଗାନ୍ଧୀ

ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଓଡ଼ିଶାର ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ନେଇ କୁହାଯାଉଥିବା ବେଳେ ବିଜେପି କର୍ଣ୍ଣାଟକର ଉପାଧ୍ୟକ୍ଷ ଡି.କେ ଅରୁଣା ମେହବୁବନଗରରୁ ନିର୍ବାଚନ ଲଢ଼ିପାରନ୍ତି। ସେହିପରି ତେଲେଙ୍ଗାନାର ଗୋଶାମହଲ ବିଧାୟକ ରାଜା ସିଂ ଓ କୋଏମ୍ବାଟୁର ବିଧାୟକ ଭାନାଥୀ ଶ୍ରୀନିବାସନ (ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ସଭାପତି) ଏବଂ ଦଳର ଅନ୍ୟ ବିଧାୟକମାନେ ଲୋକସଭାରେ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ଜାରି ରହିଛି।

{"width":839,"height":477}
How Baijayant Jay Panda's joining BJP brightens party's prospects in Odisha

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.