ଖୁଣ୍ଟୁଣୀ ପୋଲିସକୁ ବଡ଼ ସଫଳତା, ମନ୍ଦିରରୁ ଚୋରୀ ଘଟଣାରେ ଦୁଇ ଗିରଫ

Published By : Prameya-News7 Bureau | September 25, 2024 IST

ଆଠଗଡ ୨୫/୦୯: ଖୁଣ୍ଟୁଣୀ ପୋଲିସକୁ ବଡ଼ ସଫଳତା । ଗତ ୨୨ ତାରିଖ ବିଳମ୍ବିତ ରାତିରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ବ୍ରହ୍ମପୁର ଗ୍ରାମର ହନୁମାନ ମନ୍ଦିର ଏବଂ ମା ସିଦ୍ଧ ନାରାୟଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଂକାର କେହି ଦୁବୃର୍ତ୍ତ ଲୁଟୁ କରିଥିବା ନେଇ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଥିଲା । 

ଉକ୍ତ ଅଭିଯୋଗକୁ ଆଧାର କରି ଖୁଣ୍ଟୁଣୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ପୋଲିସ ଉକ୍ତ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ୨୩ ବର୍ଷୀୟ ଅଜୟ ସାମଲ ଅନ୍ୟ ଜଣଙ୍କ ହେଲେ ଚୌଦ୍ୱାର ଥାନା ଅନ୍ତର୍ଗତ ବାଣୀପଦା ଗ୍ରାମର ୧୯ ବର୍ଷୀୟ ଅରଫାନ ଅଲ୍ଲୀ । 

ତାଙ୍କ ପାଖକୁ ମନ୍ଦିରରୁ ଲୁଟ୍ ହୋଇଥିବା ସୁନା ଓ ରୂପା ଅଳଙ୍କାରକୁ ଉଦ୍ଧାର କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ଖେଳନା ବନ୍ଧୁକ ଗୋଟିଏ ବୋଲେରୋ ଗାଡ଼ି ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ଜବତ କରିଛି । ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖୁଣ୍ଟୁଣୀ ଥାନା ଅଧିକାରୀ ରବି ନାରାୟଣ ବେହେରା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.