ଶେଷରେ କାବୁ ହେଲା ତୀର ମାରୁଥିବା ଯୁବକ, ୪ ଦିନ ହେଲା ସ୍କୁଲକୁ କବ୍‌ଜାରେ ରଖିଥିଲା

Published By : Prameya-News7 Bureau | September 25, 2024 IST

ବଣାଇ ୨୫।୯: ଶେଷରେ କାବୁ ହେଲା ତୀର ମାରୁଥିବା ଯୁବକ । ସ୍କୁଲ ଛାତରୁ ଧରିଲା ପୋଲିସ, ଅଗ୍ନିଶମ ବାହିନୀ ଓ ଡିଭିଏଫ୍ । ସୁନ୍ଦରଗଡ଼ ମହୁଲପଦା ଥାନା ବଡ଼ଜଲ ପ୍ରାଥମିକ ସ୍କୁଲରୁ କାବୁ ହେଲା ଯୁବକ । ଲୁହା ଓ ଷ୍ଟିଲ କବାଟକୁ ଢାଲ କରି ଧରିଲେ ସୁରକ୍ଷା କର୍ମୀ । ଧନୁତୀର ଧରି ସ୍କୁଲକୁ ୫ ଦିନ ହେଲା ଅକ୍ତିଆରରେ ରଖିଥିଲା ଯୁବକ । ତୀରମାଡ଼ରେ ଆଇଆଇସି ଓ ପ୍ରଧାନ ଶିକ୍ଷକ ଆହତ ହୋଇଥିଲେ ।

ରାଉରକେଲା ପୋଲିସ ଜିଲ୍ଲା ମହୁଲପଦା ଥାନାର ବଡ଼ଜଲ ସ୍କୁଲକୁ ଗତ ରବିବାର ଠାରୁ ୪ ଦିନ ହେଲାଣି କବ୍ଜା କରି ରଖିଥିଲା ଯୁବକ । ଏମିତିକି ମଙ୍ଗଳବାର ତୀର ମାଡ଼ରେ ମହୁଲପଦା ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନ ଆହତ ହୋଇଥିବା ବେଳେ, ବଣାଇ ହସ୍ପିଟାଲରେ ଚିକିତ୍ସା ପରେ ଫେରିଛନ୍ତି । ହେଲେ ଏବେବି ଯୁବକ ପୋଲିସ ଉପରକୁ ତୀର ମାଡ କରି ଚାଲିଥିଲା । ପାଖାପାଖି ୧୮ଟି ତୀର ପୋଲିସ ଉପରକୁ ଚଳାଇଥିଲା ଯୁବକ ।  ତୀରକୁ ଜବତ କରିଛି ପୋଲିସ । ଅନ୍ୟପଟେ ଯୁବକ ସ୍କୁଲକୁ କବଜା କରିବା ପରେ ତିନି ଦିନ ହେଲା ଅନ୍ୟ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଘଟଣାକୁ ଗୁରୁତ୍ୱ ସହକାରେ ନେଇ ଘଟଣାସ୍ଥଳରେ ଏସଡିପିଓଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ କୁକୁର ଉପସ୍ଥିତ ଥିଲେ । ରାତି ସାରା ପ୍ରୟାସ ପରେ ମଧ୍ୟ ସ୍କୁଲରେ ଲୁଚି ରହିଥିଲା ଯୁବକ । ହେଲେ ସେ ଯୁବକ କାହିଁକି ଏମିତି କରୁଛି ତାହା କେହି କହିପାରୁ ନଥିଲେ । ହେଲେ ବୁଧବାର ପ୍ରଥମ ଥର ଲାଗି ଛାତକୁ ଆସି ୮ପୃଷ୍ଠାର ବିଭିନ୍ନ ସମସ୍ୟା ଉପରେ ଲେଖିଥିଲା ଯୁବକ । ଶେଷରେ ପୋଲିସ ହାତରେ ଧରାପଡ଼ିଛି ।

You Can Read:

ସ୍କୁଟରକୁ ଧକ୍କା ଦେଲା ମୋ ବସ୍, ଚାଲିଗଲା ଆରୋହୀଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.