୩ ନୂଆ କମିଟି ଗଠନ କଲା ବିଜେଡି, ୬୦ ସଦସ୍ୟକୁ ମିଳିଲା ସ୍ଥାନ

Published By : Prameya-News7 Bureau | September 25, 2024 IST

ଭୁବନେଶ୍ଵର: ପ୍ରଥମ ଥର ରାଜ୍ୟରେ ବିରୋଧୀ ଦଳ ଭୁମିକା ନିର୍ବାହ କରୁଥିବା ବିଜୁ ଜନତା ଦଳ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବାରେ ଲାଗି ପଡ଼ିଛି। ଏହି କ୍ରମରେ ବିଜେଡି ୩ ନୂଆ କମିଟି ଗଠନ କରିଛି। ପରାମର୍ଶଦାତା କମିଟି, ସଭ୍ୟ ସଂଗ୍ରହ କମିଟି ଓ ପରିଚାଳନା କମିଟି ଗଠନ କରିଛି। 

୧୭ ଜଣିଆ ପରାମର୍ଶଦାତା କମିଟିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଆବାହକ ଅଛନ୍ତି। ସଦସ୍ୟ ଭାବେ ଉଷା ଦେବୀ, ପ୍ରଫୁଲ କୁମାର ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରପୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା, ବଦ୍ରି ନାରାୟଣ ପାତ୍ର, ମଙ୍ଗଳା କିସାନ, ଭୂପିନ୍ଦର ସିଂହ, ରବିନାରାୟଣ ନନ୍ଦ, ମହମ୍ମଦ ଆୟୁବ ଖାଁ, ସରୋଜିନୀ ହେମ୍ବ୍ରମ, ଶଶିଭୂଷଣ ବେହେରା, ରଜନୀକାନ୍ତ ସିଂ, ଗଣେଶ୍ଵର ବେହେରା। 

Also read: ଶେଷରେ କାବୁ ହେଲା ତୀର ମାରୁଥିବା ଯୁବକ, ୪ ଦିନ ହେଲା ସ୍କୁଲକୁ କବ୍‌ଜାରେ ରଖିଥିଲା

୨୨ ଜଣିଆ ସଭ୍ୟ ସଂଗ୍ରହ କମିଟିରେ ଅତନୁ ସବ୍ୟସାଚୀଙ୍କୁ ଦଳ ପକ୍ଷରୁ ଆବାହକ ଭାବେ ନିଯୁକ୍ତ କରାଯାଇଛି। ଏଥିର ସଦସ୍ୟ ଭାବେ ରାଜେନ୍ଦ୍ର ଢୋଲକିଆ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରବୀନ୍ଦ୍ର କୁମାର ଜେନା, ଚନ୍ଦ୍ରସାରଥୀ ବେହେରା, ମୁଜିବୁଲ୍ଲା ଖାଁ, ଅନନ୍ତ ନାରାୟଣ ଜେନା, ଅମର ପଟ୍ଟନାୟକ, ରାଜଶ୍ରୀ ମଲ୍ଲିକ, ଜଗନ୍ନାଥ ସାରକା, ବିଜୟ ନାୟକ, ଶର୍ମିଷ୍ଠା ସେଠୀ, ଉମାକାନ୍ତ ସାମନ୍ତରାୟ, ସଞ୍ଜୀବ କୁମାର ମଲ୍ଲିକ, ମୁକେଶ କୁମାର ପଲ, ନିରଞ୍ଜନ ବିଶି, ସୁଭାଶିଷ ଖୁଣ୍ଟିଆ,   ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଗୌତମ ବୁଦ୍ଧ ଦାସ, ଯୋଗେଶ କୁମାର ସିଂ, ଅରବିନ୍ଦ ମହାପାତ୍ର ଓ ରମାକାନ୍ତ ଭୋଇ ସାମିଲ।

୨୧ ଜଣିଆ କାର୍ଯ୍ୟକ୍ରମ ପରିଚାଳନା କମିଟିରେ ସଞ୍ଜୟ ଦାସବର୍ମାଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଛି। ଏଥିରେ ସଦସ୍ୟ ଭାବେ ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର କୁମାର ସାହୁ, କଳିକେଶ ନାରାୟଣ ସିଂ ଦେଓ, ସାନନ୍ଦ ମାରାଣ୍ଡି, ସୁଧୀର କୁମାର ସାମଲ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଣବ କୁମାର ବଳବନ୍ତରାୟ, ଲତିକା ପ୍ରଧାନ, ବିକ୍ରମ କୁମାର ପଣ୍ଡା, ବ୍ରଜକିଶୋର ପ୍ରଧାନ, ଧ୍ରୁବଚରଣ ସାହୁ, ଶ୍ରୀକାନ୍ତ ସାହୁ, ସୁଶାନ୍ତ କୁମାର ବେହେରା, ଅଧିରାଜ ମୋହନ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର,  ମନ୍ମଥ କୁମାର ରାଉତରାୟ, ମନୋରମା ମହାନ୍ତି, ଦୀପାଳି ଦାସ, ବିଶ୍ଵ ରଞ୍ଜନ ମଲ୍ଲିକ ସାମିଲ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.