ଦୁର୍ଗାପୂଜାରେ ଆସିପାରେ ସୁଭଦ୍ରା ଟଙ୍କା, ଆବେଦନକାରୀଙ୍କୁ ଖୁବ୍‌ ଶୀଘ୍ର ପ୍ରଥମ କିସ୍ତି ମିଳିବା ନେଇ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 25, 2024 IST

ଭୁବନେଶ୍ବର: ଦୁର୍ଗାପୂଜାରେ ଆସିପାରେ ସୁଭଦ୍ରା ଟଙ୍କା । ଆଉ ୨୫ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ପରେ ଅପେକ୍ଷାରେ ଥିବା ଆବେଦନକାରୀଙ୍କୁ ଖୁବ୍‌ ଶୀଘ୍ର ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାଙ୍କ ବଡ଼ ପର୍ବରେ ବାକି ୨୫ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । 

ସେହିଭଳି ମହିଳାଙ୍କ ଉତ୍କଣ୍ଠାକୁ ନଜରରେ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଇ-କେଓ୍ବାଇସି ପାଇଁ ସମୟ ଲାଗୁଛି । ଏପର୍ଯ୍ୟନ୍ତ ୯୨ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି । ୨୫ଲକ୍ଷ ୧୧ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି । ଆଉ ଏକ ସପ୍ତାହ ଭିତରେ ଏକ କୋଟି ଆବେଦନ ଆସିଯିବ । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.