୪ ବର୍ଷର ଦୁଇ ଶିଶୁଙ୍କ ସଲୀଳ ସମାଧି, ଖେଳୁ ଖେଳୁ ପୋଖରୀରେ ବୁଡିଗଲେ

Published By : Prameya-News7 Bureau | September 25, 2024 IST

ଲମତାପୁଟ ୨୫।୯: ପୋଖରୀରେ ବୁଡି ୪ ବର୍ଷର ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଛି l କୁମାରପାଲିବା ଗାଁ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  l ଦୁଇ ଜଣ ଶିଶୁ ଖେଳୁ ଖେଳୁ ଗ୍ରାମ ନିକଟରେ ଥିବା ପୋଖରୀକୁ ଚାଲି ଯାଇଥିଲେ  l ପରିବାର ଲୋକ ଦୁଇ ଜଣଙ୍କୁ ଘର ନକଟରେ ନ ପାଇ ଖୋଜା ଖୋଜି କରିଥିଲେ  l ଗ୍ରାମର କିଛି ଲୋକ ଦୁଇ ଜଣ ଶିଶୁ ପୋଖରୀ ନିକଟରେ ଖେଳୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ l ସନ୍ଦେହରେ ଅଗ୍ନିଶମ ବାହିନୀକୁ ଖବର ଦେଇ ପୋଖରୀରେ ଖୋଜାଖୋଜି କରିବା ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ l ଦୁଇ ଶିଶୁଙ୍କୁ ନେଇ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଶିଶୁ କନ୍ୟାର ନାମ ମେଘ କୁମ୍ଭାର ଏବଂ ଶିଶୁ ପୁତ୍ର ଶୁଭମ କୁମ୍ଭାର ବୋଲି ଜଣାପଡିଛି  l

You Can Read:

ବନ୍ଧମୁଣ୍ଡା IICଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ମହିଳା କନଷ୍ଟେବଳଙ୍କୁ ଅସଦାଚରଣ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.