ବୋଲେରୋ ରଖି ଠିଆ ହୋଇଥିଲେ ୩ ଯୁବକ, ଦ୍ରୁତ ଗତିରେ ଆସି ଧକ୍କା ଦେଲା ଟ୍ରକ

Published By : Prameya-News7 Bureau | July 26, 2024 IST

ଟାଙ୍ଗୀ ୨୬/୭: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବାଲୁଗାଁ ନିକଟ ବିଷ୍ଣୁଡିହି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡରେ ବୋଲେରୋ ରଖି ୩ ଜଣ ଯୁବକ ଠିଆ ହୋଇଥିଲେ । ଦ୍ରୁତ ଗତିରେ ଏକ ଟ୍ରକ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ମୃତକ ୨ ଜଣ ବିହାର ଅଞ୍ଚଳର ଆଶୁତୋଷ କୁମାର ଓ ଅଭିଷେକ କୁମାର । ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି ଟ୍ରକ ଡ୍ରାଇଭର । ବାଣପୁର ପୋଲିସ ମୃତଦେହ ଜବତ କରିଛି । ମୃତକଙ୍କ ପରିବାର ସହ ଯୋଗାଯୋଗ କରି ତଦନ୍ତ ଚାଲିଥିବା କହିଛନ୍ତି ବାଲୁଗାଁ SDPO ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.