ବିଜନର ୨୫/୦୩: ମୁମ୍ବାଇର ଧାରାଭି ଅଞ୍ଚଳରେ ସୋମବାର ରାତି ଭିଷଣ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକରେ ହଠାତ୍ ନିଆଁ ଲାଗିଯିବାରୁ ସେଥିରୁ ଥିବା ୩୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିବାରେ ଲାଗିଥିଲା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନର ବିସ୍ଫୋରମ ହେତୁ ୪ ଆହତ ହୋଇଛନ୍ତି ।
ଏହାର ଶବ୍ଦ ଓ ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ, ଦମକଳ ଗାଡି ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଉଦ୍ଧାର କାର୍ୟ୍ୟ କରିଥିଲେ। ଏହି ଘଟଣାରେ କିଛି ଜନଜୀବନ ହାନି ହେବାର ସୂଚନା ନଥିଲେ ବି ଆଖପାଖ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି ।