ସେମି ଫାଇନାଲ୍‌ ଟକ୍କର; ବର୍ଷା ସାଜିବ ବାଧକ, ମ୍ୟାଚ୍‌ ନଖେଳି ଫାଇନାଲ୍‌ରେ ଏଣ୍ଟ୍ରି କରିବ ଟିମ୍‌ ଇଣ୍ଡିଆ !

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬।୦୬: ଟି-୨୦ ଓ୍ବାର୍ଲ୍ଡକପ୍ ୨୦୨୪ । ଜୋରଦାର ହେବ ସେମି ଫାଇନାଲ୍‌ ଟକ୍କର । ବିଦାୟ ନେଇଛନ୍ତି ୧୬ ଟିମ୍‌ । ସେମି  ଫାଇନାଲ୍‌ ଏଣ୍ଟ୍ରି କରିଛନ୍ତି ୪ ଟିମ୍‌ । ପ୍ରଥମ ସେମି ଫାଇନାଲ୍‌ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଆମ୍ନାସାମ୍ନି ହେବେ । ସେହିପରି ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ରେ ଗତବର୍ଷର ଚାମ୍ପିଅନ୍ ଇଂଲଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ । ଭାରତ-ଇଂଲଣ୍ଡ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ୍‌ ଗୁୟାନାରେ ଅବସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ । 

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଇସିସି ଦ୍ୱିତୀୟ ସେମିଫାଇନାଲ ପାଇଁ କୌଣସି ରିଜର୍ଭ ଡେ ରଖିନି । ତେବେ ସେମିଫାଇନାଲ୍‌ ମ୍ୟାଚ୍‌କୁ ଘାଟା ହୋଇପାରେ ବର୍ଷା । ଏବେ ପ୍ରଶ୍ନ ଆସୁଛି ଯଦି ମ୍ୟାଚରେ ବର୍ଷା ହୁଏ ତେବେ କଣ ହେବ? ଆସନ୍ତୁ ଜାଣିବା…ଜୁନ୍ ୨୭ରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ । ପାଣିପାଗ ରିପୋର୍ଟ ଅନୁଯାୟୀ ଗୁୟାନାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗୁୟାନା ଜୁନ୍ ମାସରେ ପୁରା ପାଣିରେ ବୁଡି ରହିଥାଏ । ଏହି ଅଞ୍ଚଳରେ ମାସର ୩୦ ଦିନରୁ ହାରାହାରି ୨୩ଦିନ ଲଗାତର ବର୍ଷା ହୋଇଥାଏ । ଆଉ ଏହି ରିପୋର୍ଟକୁ ସତ ମାନିଲେ ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ହୋଇପାରେ ବାତିଲ । ୨୭ ଜୁନକୁ ଗୁୟାନାରେ ପ୍ରାୟ ୭୫ ପ୍ରତିସତ ବର୍ଷା ହେବାର ସମ୍ଭାବନା ରହିଛି । ଯଦିଓ ମ୍ୟାଚ୍‌ ଯେଉଁ ସମୟରେ ହେବ ସେତେବେଳେ ପାଗ ଭଲ ରହିବ ବୋଲି ଆଶା କରାଯାଉଛି । 

କିନ୍ତୁ ଯଦି ମ୍ୟାଚ୍ ଆରମ୍ଭ ପୂର୍ବରୁ ବର୍ଷା ହୁଏ, ତେବେ ପଡ଼ିଆ ଓଦା ହୋଇଯିବ । ଆଉ ଖେଳ ଆରମ୍ଭ ହୋଇପାରେ ବିଳମ୍ବ । ଗୁୟାନାରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ୩୫-୬୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି  । ଏବେ ପ୍ରଶ୍ନ ଆସୁଛି ଯଦି ମ୍ୟାଚ୍ ବାତିଲ ହୁଏ ତେବେ କଣ ହେବ? ବାସ୍ତବରେ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଆଇସିସି ଘୋଷଣା କରିଥିଲା କି ଯଥା ସମ୍ଭବ ନିର୍ଦ୍ଧାରିତ ଦିନ ହିଁ ଖେଳାଯିବ ସେମି ଫାଇନାଲ୍‌ ମ୍ୟାଚ୍‌ । ଏଥିପାଇଁ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ୨୫୦ ମିନିଟ ଅତିରିକ୍ତ ସମୟ ଯୋଡା ଯାଇଛି ।

 ଯଦି କୌଣସି କାରଣରୁ ମ୍ୟାଚ୍ ବାତିଲ ହୁଏ, ତେବେ ଭାରତ ଫାଇନାଲରେ କରିବ ଏଣ୍ଟ୍ରି । ଏପରିକି ମ୍ୟାଚ୍ ନ ଖେଳି ମଧ୍ୟ ବିଜୟ ନିଜ ନାଁରେ କରିଛି । ଟିମ୍ ଇଣ୍ଡିଆକୁ ଫାଇନାଲରେ ସ୍ଥାନ ମିଳିବାର କାରଣ ହେଉଛି କି ସୁପର-୮ରେ ଇଂଲଣ୍ଡ ଅପେକ୍ଷା ଅଧିକ ପଏଣ୍ଟ ହାସଲ କରିଛି ରୋହିତ ବାହିନୀ । ତେଣୁ ବିନା କୌଣସି ବାଧାରେ ଟିମ୍‌ ଇଣ୍ଡିଆ ଫାଇନାଲ୍‌ରେ କରିବ ଏଣ୍ଟ୍ରି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.