୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିରେ ଅନଲାଇନ୍‌ ଗେମିଂ ଇଣ୍ଡଷ୍ଟ୍ରି ଖପ୍ପା, ଡ୍ରିମ୍‌ ୧୧ ଭଳି କମ୍ପାନିଙ୍କ ରାଜସ୍ବରେ ଲାଗିପାରେ ବ୍ରେକ୍‌ !

Published By : Prameya-News7 Bureau | July 17, 2023 IST

ନୂଆଦିଲ୍ଲୀ, ୧୭/୦୭: ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଜିଏସଟି କାଉନସିଲ ବୈଠକ। ଏହି କାଉନସିଲରେ ଜିଏସଟିକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଥିଲା। ଯେଉଁଥିରେ ଅନଲାଇନ୍‌ ଗେମିଂ, ଘୋଡ଼ା ଦୌଡ଼ ଏବଂ କସିନୋ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବା ନିଷ୍ପତ୍ତି। ଜିଏସଟି ଆଇନ୍‌ରେ ସଂଶୋଧନ ପରେ ଏହି ନିୟମ ଲାଗୁ ହେବ। ହେଲେ ଜିଏସଟି କାଉନ୍ସିଲର ଏହି ନିଷ୍ପତ୍ତିକୁ ଗେମିଂ କମ୍ପାନି ଡ୍ରିମ୍‌ ୧୧ ଏବଂ ଏମପିଏଲ ଭଳି କମ୍ପାନି ଏବଂ ତାଙ୍କର ଗ୍ରାହକଙ୍କ ପାଇଁ ଅସୁବିଧା ବଢ଼ିଛି।

ଟାଇଗର ଗ୍ଲୋବାଲ ନିବେଶିତ ଲୋକପ୍ରିୟ ଗେମିଂ କମ୍ପାନି ଡ୍ରିମ୍‌ ୧୧ ଏବଂ ଏମପିଏଲକୁ ଏହାର ବଡ଼ ଅସୁବିଧା ହୋଇପାରେ। ଏପର୍ଯ୍ୟନ୍ତ ଏହି କମ୍ପାନିମାନେ ରିୟଲ ମନି ଗେମ୍‌ ଦ୍ବାରା ଯେଉଁ ଟଙ୍କା ଗ୍ରାହକଙ୍କୁ ଅଫର୍‌ କରୁଥିଲେ ତାହା ଉପରେ ଟ୍ୟାକ୍ସ ଲାଗୁଥିଲା କିନ୍ତୁ ନୂଆ ନିୟମ ଅନୁଯାୟୀ ଗେମ୍ ଖେଳୁଥିବା ପ୍ରତି ବ୍ୟକ୍ତିଙ୍କ ଲଗାଉଥିବା ଟଙ୍କା ଉପରେ ମଧ୍ୟ ୨୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: GST ସହ ଜଡିତ ମାମଲାର ତଦନ୍ତ କରିବ ED, ମନି ଲଣ୍ଡ୍ରିଂରେ ରୁଜୁ ହେବ ମାମଲା, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ତେବେ ଫାନଟେସୀ ଗେମ୍‌ର ଆୟ​‌ରେ ଦ୍ରୁତ ବୃଦ୍ଧି, ବିଶେଷ କରି ଆଇପିଏଲ ସମୟରେ ଗେମିଂ କମ୍ପାନିଙ୍କ ରାଜସ୍ବରେ ଦ୍ରୁତି ବୃଦ୍ଧି ହୋଇଥିଲା। ପରେ ସରକାର ଅନଲାଇନ ଗେମ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ରେଡସିୟର କନସଲଟେନ୍ସୀ ଅନୁଯାୟୀ, ଗେମିଂ ଇଣ୍ଡଷ୍ଟ୍ରିର ରେଭେନ୍ୟୁ ଗୋଟିଏ ବର୍ଷ ପୂର୍ବ ତୁଳନାରେ ୨୪ ପ୍ରତିଶତ ବୃଦ୍ଧି ସହ ୨୮୧୭ କୋଟି ଟଙ୍କା ହେବାକୁ ଯାଉଛି। ବର୍ତ୍ତମାନ ସମୟରେ ଅନଲାଇନ ଗେମିଂ ସେକ୍ଟର ୧୦ ବିଲିୟନ ଡଲାରର ରହିଛି ଯାହା ୨୦୨୫ ସୁଦ୍ଧା ବଢ଼ି ୨୫ ବିଲିୟନ ଡଲାର ହୋଇପାରେ।

ତେବେ ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ରାଜ୍ୟଙ୍କ ସହ କଥା ହୋଇ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ଇଣ୍ଡଷ୍ଟ୍ରିକୁ କୌଣସି ଅସୁବଧା ହେବ ନାହିଁ। ଯେତେବେ​‌ଳେକି ୧.୫ ବିଲିୟନ ଡଲାରର ଏହି ଗେମିଂ ଇଣ୍ଡଷ୍ଟ୍ରି ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁଲ୍‌ ବୋଲି କହୁଛି। ଇଣ୍ଡିଷ୍ଟ୍ରିଂର କହିବା ଅନୁଯାୟୀ, ୨୮ ପ୍ରତିଶତ ବୋଝ ଗ୍ରାହକଙ୍କ ଉପରକୁ ଆସିବ। ଫଳରେ କିନ୍ତୁ ତାହାର ଖାମିୟାଜା ଗେମିଂ ଭଲ୍ୟୁମରେ ହ୍ରାସ ଭାବରେ କମ୍ପାନିଙ୍କୁ ଉଠାଇବାକୁ ପଡ଼ିବ। ୨୮ ପ୍ରତିଶତ ଜିଏସଟି ଫଳରେ ଅନଲାଇନ୍‌ ଗେମିଂ ସେକ୍ଟରରେ ଚାକିରି ହରାଇବା ଦେଖିବାକୁ ପଡ଼ିପାରେ। ଏହା ସହ ଭାରତୀୟ କମ୍ପାନିଙ୍କ ପାଇଁ ବିଦେଶୀ କମ୍ପାନିଙ୍କ ସହ ପ୍ରତିଯୋଗିତା କରିବା ମୁସ୍କିଲ ହେବ। ଅଧିକ ଟ୍ୟାକ୍ସ ଫଳରେ ଲୋକେ ଅନଲାଇନ ଗେମ୍‌ ଖେଳିବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.