ପ୍ରବଳ ବର୍ଷାରେ ଖସିପଡିଲା ଘର ତାଜା, ଚାଲିଗଲା ୫ ବର୍ଷର ଶିଶୁ କନ୍ୟାର ଜୀବନ

Published By : Prameya-News7 Bureau | July 17, 2024 IST

ରାୟଗଡା ୧୭: ଘରର ତାଜା ଖସିପଡି ୫ବର୍ଷ ଶିଶୁ କନ୍ଯାର ମୃତ୍ଯୁ ଘଟିଛି । ଏଭଳି ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୋରପା ପଞ୍ଚାୟତ ବେର୍ଲାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି । ମୃତ ଶିଶୁ କନ୍ଯା ହେଲେ କମସିଙ୍ଗ କାଡ୍ରାକାଙ୍କ ସାନ ଝିଅ ଅବନ୍ତି କାଡ୍ରାକା । ସେ ଅଙ୍ଗନଓ୍ବାଡୀ କେନ୍ଦ୍ରରେ ଅଧ୍ଯୟନ କରୁଥିଲେ । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଲାଗି ରହିଥିଲା ବେଳେ ଶିଶୁ ଜଣଙ୍କ ଘର ବାହାର ବାରଣ୍ଡାରେ ଖେଳୁଥିଲେ । ସେହି ସମୟରେ ହଠାତ ଘରର ତାଜା ଖସି ପଡ଼ିଥିଲା । ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିବା ବେଳେ କୌଣସି କାରଣରୁ ଆମ୍ବୁଲାନ୍ସର ସୁବିଧା ପାଇ ପାରିନଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଶିଶୁଟିର ଜୀବନ ଚାଲି ଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି । ବାପା, ମା’ ଗେହ୍ଲା ଝିଅକୁ ହରାଇ କାନ୍ଦି କାନ୍ଦି ବେହୋସ ହୋଇଯାଉଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଉକ୍ତ ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସଆଇ ସଞ୍ଜୟ କୁମାର ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି  ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।

You Can Read:

ମୋବାଇଲ୍ ଦେଖିବାକୁ ବାରଣ କଲେ ଘରଲୋକ, କୀଟନାଶକ ପିଇ ଆତ୍ମହତ୍ୟା କଲେ ଯୁବତୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.