ସାଥୀ ମାଈ ହାତୀକୁ ଖୋଜି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା ଦନ୍ତା

Published By : Prameya-News7 Bureau | September 05, 2024 IST

ଗୁଣୁପୁର ୫।୯: ରାୟଗଡ଼ା ଜିଲ୍ଲା ଗୁଣପୁର ରେଞ୍ଜ ଫୁଲଫୁଟି ନିକଟରେ ଦନ୍ତା ହାତୀ ପୁଣି ଏକ ବିଦ୍ୟୁତ ଖୁଣ୍ଟ ଓ ନଳକୂପ ଭାଙ୍ଗିବା ସହ ପାଖ ବାଡରେ କପା ଗଛକୁ ନଷ୍ଟ କରିଛି | ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ସାଥୀ ମାଈ ହାତୀର ମୃତ୍ୟୁ ପରେ ଦନ୍ତା ହାତୀ ଏକାକୀ ହୋଇଥିବାରୁ ହାତୀ ଉତ୍ତ୍ୟକ୍ତ ରହିଥିବା ଅନୁମାନ କରୁଛି ବନ ବିଭାଗ । 

ବୁଧବାର ଫୁଲଫୁଟି ଠାରେ ଦୁଇଟି  ହାତୀରୁ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଥିଲା । ହାତୀ ଦ୍ବୟ ପାଖ କପା ବାଡରେ ଥିବା କୁଡିଆ ଓ ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗିଥିଲେ । ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ଅଧିକାରୀଙ୍କ ପକ୍ଷରୁ ଜଣାପଡିଥିଲା । ମାଈ ହାତୀ ଶବକୁ ବ୍ୟବଚ୍ଛେଦ କରାଇଛି ବନ ବିଭାଗ । ମାଈ ହାତୀର ମୃତ୍ୟୁ ପରେ ସାଥୀରେ ଥିବା ଦନ୍ତା ହାତୀ ପୁଣି ଅଞ୍ଚଳରେ ବିଳମ୍ବିତ ରାତିରେ ନାକେଦମ୍ କରିଛି । ଦୁଇ ଦିନ ଧରି ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଥିବା ଜଣାପଡିଛି । ଦନ୍ତା ହାତୀ ପାଖ ଗାଁ ପାହାଡରେ ଥିବା ଜଣାପଡିଛି । ତାର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ପୂର୍ବରୁ ଏହି ହାତୀ ୬ ଟିକିଆ ହାତୀ ପଲ ରହିଥିଲେ । ସେଥିରୁ ଓଡିଶା ସୀମାନ୍ତ ଆନ୍ଧ୍ରର ବାତିଲି କାଟ୍ରାଗଡା ଠାରେ ଗତ ବର୍ଷ ୪ଟି ହାତୀର ମୃତ୍ୟୁ ହୋଇଥିଲା । ବୁଧବାର ଗୋଟିଏ ହାତୀର ମୃତ୍ୟୁ ଘଟିଛି । ଏକାକୀ ହୋଇଯାଇଛି ଦନ୍ତା ହାତୀ ।

You Can Read:

ବାର୍ଡ ଫ୍ଲୁର କାରଣ କୁକୁଡ଼ା ନହୋଇ ଅନ୍ୟ କୌଣସି ଉତ୍ସ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ଟିମ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.