ୟୁକ୍ରେନ ଯୁଦ୍ଧରେ ରୁଷର ୫୦ ହଜାର ସୈନିକ ମୃତ, ନୂଆ ଅଧ୍ୟୟନରୁ ଆସିଲା ତଥ୍ୟ

Published By : Prameya-News7 Bureau | July 11, 2023 IST

ନୂଆଦିଲ୍ଲୀ, ୧୧/୦୭: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଗତ ୧୫ ମାସରୁ ଜାରି ରହିଛି ଯୁଦ୍ଧ। ଏତେ ଦିନ ଧରି ଲାଗି ରହିଥିବା ଯୁଦ୍ଧରେ ନା’ ପୁଟିନ୍ ଜିତିଛନ୍ତି ନା’ ଜେଲେନସ୍କି ହାରିଛନ୍ତି। ଏମିତିରେ ଦୁଇ ଦେଶଙ୍କ ମଧରେ ଏହି ଯୁଦ୍ଧ କେବେ ପର୍ଯ୍ୟନ୍ତ ଜାରି ରହିଥିବ ? ତାହା ମଧ୍ୟ କହିବା ମୁସ୍କିଲ। ତେବେ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କେଉଁ ଦେଶର କେତେ ସୈନିକ ପ୍ରାଣ ହରାଇଛନ୍ତି ସେନେଇ ଏକ ଅଧ୍ୟୟନ କରାଯାଇଛି।

ଏହି ଅଧ୍ୟୟନ ଅନୁଯାୟୀ, ଜୁଲାଇ ୮ରେ ୫୦୦ ଦିନରେ ପହଞ୍ଚିଛି ରୁଷ ୟୁକ୍ରେନ୍‌ ଯୁଦ୍ଧ। ତେବେ ଏହି ଯୁଦ୍ଧରେ ରୁଷର ୫୦ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି। ପ୍ରକୃତରେ ରୁଷ-ୟୁକ୍ରେନ ଯୁଦ୍ଧର ୫୦୦ ଦିନ ପୂରା ହେବା ପରେ ଦୁଇ ରୁଷିଆ ଗଣମାଧ୍ୟମ ମିଡିଆଜୋନା ଏବଂ ମେଡୁଜା ଜର୍ମାନୀ ବିଶ୍ବବିଦ୍ୟାଳୟର ଡାଟା ସାଇଣ୍ଟିଷ୍ଟଙ୍କ ସହ ମିଶି ଏକ ଅଧ୍ୟୟନ କରିଛନ୍ତି। ଏହା ଅନୁଯାୟୀ ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ୫୦ ହଜାର ସୈନିକଙ୍କ ମୃତ୍ୟୁ ହେଲାଣି। କିନ୍ତୁ ରୁଷର କହୁଛି କେବଳ ୬ ହଜାର ସୈନିକ ପ୍ରାଣ ହରାଇଛନ୍ତି। ଏହି ନୂଆ ଅଧ୍ୟୟନରେ କୁହାଯାଇଛି ଯେ, ୟୁକ୍ରେନ ଯୁଦ୍ଧରେ ମେ ୨୦୨୩ ସୁଦ୍ଧା ୪୭ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଛି। ଅଧ୍ୟୟନ ଅନୁଯାୟୀ ଗତ ବର୍ଷ ଅର୍ଥାତ୍‌ ୨୦୨୨ରେ ୨୫ ହଜାର ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଭିନ୍ନ ଭିନ୍ନ ବୟସର ଲୋକ ମଧ୍ୟ ଥିଲେ।

wp:embed {"url":"https://twitter.com/MFA_Ukraine/status/1678319318197469187?s=20","type":"rich","providerNameSlug":"twitter","responsive":true}
https://twitter.com/MFA_Ukraine/status/1678319318197469187?s=20
/wp:embed

ଆହୁରି ପଢ଼ନ୍ତୁ: କିଭ୍ ଉପରେ ଋଷ୍‌ର ଡ୍ରୋନ୍ ଆକ୍ରମଣ; ସମସ୍ତ ଯୁଦ୍ଧାସ୍ତ୍ରକୁ ମାରି ଖସାଇଲା ୟୁକ୍ରେନ ସେନା

ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ:

ସୂଚନାଥାଉକି ଭିନ୍ନ ଭିନ୍ନ ରିପୋର୍ଟରେ ଭିନ୍ନ ଭିନ୍ନ ତଥ୍ୟ ରହିଛି। ରୁଷ ମିଡିଆ ଆଉଟଲେଟ ମିଡିଆଜୋନ ଏବଂ ବିବିସି ରଷିଆନ ସର୍ଭିସ୍‌, ୨୦୨୨ ଏବଂ ୨୦୨୩ ମଧ୍ୟରେ ୨୭,୪୨୩ ରୁଷ ସୈନିକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ହ୍ବାଇଟ ହାଉସ ମେ ମାସରେ ଦେଇଥିବା ତଥ୍ୟରେ, ଡିସେମ୍ବର ୨୦୨୨ ଏବଂ ମେ ୨୦୨୩ ମଧ୍ୟରେ ୨୦ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି । ସେହିଭଳି ଫେବ୍ରୁଆରୀରେ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା ଯେ, ରୁଷ ୟୁକ୍ରେନ୍‌ ଯୁଦ୍ଧରେ ୪୦ରୁ ୬୦ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଛି। ସେପଟେ ୟୁଏସ ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସୀ ୩୫ରୁ ୪୩ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଥିବା କହିଥିଲା।

ଯୁଦ୍ଧରେ ହୋଇଛି କେତେ କ୍ଷତି:

ୟୁକ୍ରେନର ବିଦେଶ ମନ୍ତ୍ରାଳୟ ସୋମବାର କହିଥିଲା ଯେ, ଏହି ଯୁଦ୍ଧରେ ୨,୩୪,୦୦୦ ରୁ​‌ଷ​‌ ସୈନିକଙ୍କ ମୃତ୍ୟୁ ହୋଇଛି। ଏହା ସହ ରୁଷର ୩୧୫ ଏୟାରକ୍ରାଫ୍ଟ, ୩୦୯ ହେଲିକପ୍ଟର, ୪୦୮୫ ଟ୍ୟାଙ୍କ, ୧୮ ବୋଟ୍, ୭୯୬୬ ସେନା ବାହନ, ୪୩୭୧ ଆର୍ଟିଲରି ସିଷ୍ଟମ, ୬୬୮ ଏମଏଲଆରଏସ, ୪୧୪ ଆଣ୍ଟି ଏୟାରକ୍ରାଫ୍ଟ ଓ୍ବାରଫେୟର ସିଷ୍ଟମ, ୧୨୭୧ କ୍ରୁଜ ମିସାଇଲ ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଭାରତ-ରୁଷ ସମ୍ପର୍କକୁ ଦୁର୍ବଳ କରିବାକୁ ଚାହୁଁଛି ଆମେରିକା, ଦିଲ୍ଲୀ ଆସିପାରନ୍ତି ପୁଟିନ, ଅଧିକାରୀଙ୍କ ବଡ ବୟାନ

ସୂଚନାଥାଉକି, ୧୫ ମାସ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଉଭୟ ଦେଶକୁ କ୍ଷତି ହୋଇଛି। ଉଭୟ ଦେଶ ମଧ୍ୟ;ରେ ୨୪ ଫେବ୍ରୁଆରୀ ୨୦୨୨ରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ ଜାରି ରହିଥିବା ଏହି ଯୁଦ୍ଧରେ ହଜାର ହଜାର ସୈନିକଙ୍କ ମୃତ୍ୟୁ ହୋଇଛି। ଯୁଦ୍ଧରେ ରୁଷ ଏବଂ ୟୁକ୍ରେନର ଅନେକ ହତିଆର ନଷ୍ଟ ହୋଇଛି। ଉଭୟ ଦେଶର ହଜାର ହଜାର ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ୟୁକ୍ରେନ୍‌ରେ ଲକ୍ଷାଧିକ ଲୋକ ପଳାୟନ କରିଛନ୍ତି। ଦେଖିବାକୁ ଗଲେ ଯୁଦ୍ଧରେ ୟୁକ୍ରେନ ଅଧିକ କ୍ଷତିଗ୍ରସ୍ତ ହୋଇଛି । କନ୍ତୁ ଉଭୟ ଦେଶ ନିଜ କ୍ଷତି ବିଷୟରେ ଠିକ୍ ତଥ୍ୟ ଦେୁନାହାଁନ୍ତି। ରୁଷ କହୁଛି ୟୁକ୍ରେନକୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ତ’ ସେପଟେ ୟୁକ୍ରେନ କହୁଛି ରୁଷ ଅଧିକ କ୍ଷତି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.