ଜାପାନର କ୍ୟୁୟୁସୁରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଲର୍ଟ ଜାରି

Published By : Prameya-News7 Bureau | January 13, 2025 IST

ନୂଆଦିଲ୍ଲୀ: ଜାପାନର କ୍ୟୁୟୁସୁରେ ଶକ୍ତିଶାଳୀ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଭୂକମ୍ପ ପରେ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରିଛନ୍ତି, କିନ୍ତୁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ଆସିନାହିଁ। ତେବେ ଭୂମିକମ୍ପ ପରେ ମିଆଜାକିରେ ୨୦ ସେମି ଉଚ୍ଚ ସୁନାମି ଦେଖାଯାଇଥିଲା।

ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପର ଗଭୀରତା ଭୂଭାଗରୁ ୩୭ କିଲୋମିଟର ତଳେ ଥିଲା। ଜାପାନର ଭୂମିକମ୍ପ ପର୍ଯ୍ୟବେକ୍ଷଣ ସଂସ୍ଥା NERV କହିଛି ଯେ ଭୂମିକମ୍ପ ହ୍ୟୁଗା-ନାଡା ସାଗରରେ ହୋଇଥିଲା। ଜାପାନ ପାଣିପାଗ ସଂସ୍ଥା କହିଛି ଯେ ମିଆଜାକି ପ୍ରଦେଶରେ ସ୍ଥାନୀୟ ସମୟ ରାତି ୯:୨୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା।ମିଆଜାକି ଏବଂ କୋଚି ପ୍ରିଫେକ୍ଚର ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି।

ଜାପାନ ଅନେକ ଅଞ୍ଚଳ ଟେକ୍ଟୋନିକ୍ ପ୍ଲେଟର ମିଳନ ସ୍ଥାନରେ ଅବସ୍ଥିତ ଏବଂ ଏହି କାରଣରୁ ଦେଶରେ ବାରମ୍ବାର ଭୂମିକମ୍ପ ଘଟୁଛି। ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟ ୮ ତାରିଖରେ ଜାପାନରେ ୬.୯ ଏବଂ ୭.୧ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଦକ୍ଷିଣ-ପଶ୍ଚିମ ଦ୍ୱୀପପୁଞ୍ଜ କ୍ୟୁୟୁଶୁ ଏବଂ ଶିକୋକୁକୁକୁ ଥରାଇ ଦେଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.