ମାର୍କ ଜୁକରବର୍ଗଙ୍କ ନେତୃତ୍ବ ଉପରେ ନାହିଁ ମେଟା କର୍ମଚାରୀଙ୍କ ଭରସା, ଅନ୍ତରୀଣ ରିପୋର୍ଟରୁ ଆସିଲା ତଥ୍ୟ

Published By : Prameya-News7 Bureau | June 11, 2023 IST

ନୂଆଦିଲ୍ଲୀ, ୧୧/୦୬: ଗୁଗଲ, ମାଇକ୍ରୋସଫ୍ଟ, ଆମାଜନ ଆଦି ବଡ଼ ବଡ଼ କମ୍ପାନୀ ବୈଶ୍ବିକ ମାନ୍ଦାବସ୍ଥା ଆଶଙ୍କାରେ ଅନେକ କର୍ମଚାରୀଙ୍କ ଛଟେଇ କରିଛନ୍ତି। ଏଥିରୁ ବାଦ୍‌ ପଡ଼ିନି ‘ମେଟା’। ମେଟା ମଧ୍ୟ ପର୍ଯ୍ୟାୟକ୍ରମେ ହଜାର ହଜାର କର୍ମଚାରୀଙ୍କ ଛଟେଇ କରିଛି। ଏହାରି ମଧ୍ୟରେ କମ୍ପାନିରେ କରାଯାଇଥିବା ଏକ ଅନ୍ତରୀଣ ସର୍ଭେରୁ ଜଣାପଡ଼ିଛି ଯେ, ମେଟା ସିଇଓ ଜୁକରବର୍ଗଙ୍କ ନେତୃତ୍ବ ଉପରେ ଅଧାରୁ ଅଧିକ କର୍ମଚାରୀଙ୍କ ଉପରେ ବିଶ୍ବାସ ନାହିଁ। ।

ଆହୁରି ପଢ଼ନ୍ତୁ: ଭାରତରେ ମେଟାର ସବ୍ସକ୍ରିପ୍‌ସନ ପ୍ଲାନ୍ ଲଞ୍ଚ୍, ୟୁଜରଙ୍କୁ ମିଳିବ ଏହିସବୁ ସୁବିଧା

ଓ୍ବାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କମ୍ପାନିର କେବଳ ଏକ ଚତୁର୍ଥାଂଶ ଅର୍ଥାତ୍‌ ୨୬ ପ୍ରତିଶତ କର୍ମଚାରୀ ହିଁ ମାର୍କ ଜୁକରବର୍ଗଙ୍କ ନେତୃତ୍ବ ଉପରେ ଭରଷା କରୁଛନ୍ତି। ଏହି ସର୍ଭେ ଶେଷ ପର୍ଯ୍ୟାୟର ଛଟେଇ ପୂର୍ବରୁ ୨୬ ଏପ୍ରିଲରୁ ୧୦ ମେ ମଧ୍ୟରେ କରାଯାଇଥିଲା। ସେହଭଳି ଏହାପୂର୍ବରୁ ୨୦୨୨ ଅକ୍ଟୋବରରେ କରାଯାଇଥିବା ସର୍ଭେରେ ଏହି ସଂଖ୍ୟା ୩୧ ପ୍ରତିଶତ ଥିଲା।

ସୂଚନାଥାଉକି, ମାର୍କ ଜୁକରବର୍ଗ ଗତ ବର୍ଷରୁ ଏପର୍ଯ୍ୟନ୍ତ  ବିଭିନ୍ନ ପର୍ଯ୍ୟାୟରେ ୨୧ ହଜାର ଅଧିକ ମେଟା କର୍ମଚାରୀଙ୍କ ଛଟେଇ କରିଛନ୍ତି। କମ୍ପାନୀର ଖର୍ଚ୍ଚ କମ୍‌ କରିବା ଦର୍ଶାଇ ପ୍ରଥମେ ୨୦୨୨ ନଭେମ୍ବରରେ ୧୧ ହଜାର କର୍ମଚାରୀ, ଏହାପରେ ୨୦୨୩ରେ ସମୁଦାୟ ୧୦ ହଜାର କମଚାରୀଙ୍କ ଛଟେଇ ଘୋଷଣା କରିଛନ୍ତି। ଏହି ଛଟେଇକୁ ଅନେକ ପର୍ଯ୍ୟାୟରେ କରାଯାଇଛି। ଏହି କାରଣରୁ କର୍ମଚାରୀଙ୍କ ମାନସିକ ଚାପ ବଢ଼ିଛି। ଏମିତିରେ କମ୍ପାନିର ଅନ୍ତରୀଣ ସର୍ଭେରୁ ଏହା ସ୍ପଷ୍ଟ ହେଉଛି ଏହି ଛଟେଇ କାରଣରୁ ୭୪ ପ୍ରତିଶତ କର୍ମଚାରୀ ଜୁକରବର୍ଗଙ୍କ ନେତୃତ୍ବରେ ଖୁସି ନାହାଁନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଡାଉନ ହେଲା ଇନଷ୍ଟାଗ୍ରାମ, ମାସକରେ ୨ ଥର ଆଉଟେଜ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.