ଶିକ୍ଷୟିତ୍ରୀଙ୍କୁ ୬୦୦ ବର୍ଷ ଜେଲ୍, ଛାତ୍ରଙ୍କ ସହ କରୁଥିଲେ ଯୌନ ଶୋଷଣ

Published By : Prameya-News7 Bureau | August 05, 2023 IST

ନୂଆଦିଲ୍ଲୀ: ମହିଳାଙ୍କୁ  ୬୦୦ ବର୍ଷ ଜେଲ ଦଣ୍ଡ । ଆମେରିକାର ଏକ କୋର୍ଟ ଜଣେ ୭୪ ବର୍ଷ ବୟସ ମହିଳାଙ୍କୁ ସର୍ବାଧିକ ଦଣ୍ଡଦେଶ ଶୁଣାଇଛନ୍ତି । ୧୪ ବର୍ଷରୁ କମ୍ ବୟସ ଛାତ୍ରଙ୍କୁ ଯୌନ ଶୋଷଣ ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆମେରିକାର ବେସ୍କୋଜିନ୍ ପ୍ରାନ୍ତରୁ ଏହି ସମ୍ବେଦନଶୀଳ ଘଟଣା ଆସିଛି । ଜଣେ ପରିଣତ ବୟସ୍କ ଶିକ୍ଷୟିତ୍ରୀ ନିଜ ସ୍କୁଲ ଛାତ୍ରମାନଙ୍କ ସହିତ ଯୌନ ଶୋଷଣ କରୁଥିଲେ ।

wp:embed {"url":"https://www.prameyanews7.com/manipur-fresh-tension-bishnupur-three-people-meiti-community-lost-life/","type":"wp-embed","providerNameSlug":"prameya-news-7"}
https://www.prameyanews7.com/manipur-fresh-tension-bishnupur-three-people-meiti-community-lost-life/
/wp:embed

ଏନଓ୍ବାଇ ପୋଷ୍ଟ ଅନୁଯାୟୀ, ଏନ ନେଲ୍‌ସନ କୋଚଙ୍କୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ୧୪ ବର୍ଷ ବୟସର ଛାତ୍ରଙ୍କ ସହିତ ୨୫ରୁ ଅଧିକ ଥର ଯୌନ ଶୋଷଣ କରିଥିଲେ । ଏହି ଘଟଣା ତୋମାହର ଏକ ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଠପଢାଉଥିବା ବେଳେ ହୋଇଥିଲା । ୨୦୧୬ରୁ ୨୦୧୭ ମଧ୍ୟରେ ଶିକ୍ଷୟିତ୍ରୀ ନେଲ୍‌ସନ କୋଚ୍ ଅନେକ ଥର ଛାତ୍ରଙ୍କ ଯୌନ ଶୋଷଣ କରିଛନ୍ତି । ଏହି ସମୟରେ ମହିଳା ଜଣଙ୍କ ବୟସ ୬୭ ବର୍ଷ ଥିଲା । ସବୁଠାରୁ ବଡ଼ କଥା ହେଲା କୋର୍ଟରେ ଏହି ମାମଲା ମାତ୍ର ତିନି ଦିନ ଶୁଣାଣି ହୋଇଥିଲା ।  ମୋଟ୍ ପାଞ୍ଚ ଘଣ୍ଟାରେ ବିଚାରପତି ମହିଳାଙ୍କୁ ସଜା ଶୁଣାଇ ଦେଇଛନ୍ତି ।

wp:embed {"url":"https://www.prameyanews7.com/indian-spacecraft-chadrayan-3-to-enter-into-moons-orbit-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-spacecraft-chadrayan-3-to-enter-into-moons-orbit-today/
/wp:embed

ମାମଲାର ଶୁଣାଣି ବେଳେ ମହିଳାଙ୍କ ବିରୋଧରେ ବହୁ ପ୍ରମାଣ ମିଳିଥିଲା । ଏହି ମାମଲାରେ କୋର୍ଟ ଟିପ୍ପଣୀ କରି ପୀଡିତ ଛାତ୍ରଙ୍କୁ ପ୍ରଶଂସା କରିଥିଲେ । ଯୁବକଙ୍କ ବାହାଦୂରି ପାଇଁ ମହିଳାଙ୍କୁ ଦଣ୍ଡ ମିଳିଛି । ତେବେ କୋର୍ଟ ରାୟ ଅନୁଯାୟୀ, ମହିଳାଙ୍କୁ ଆସନ୍ତା ଅକ୍ଟୋବର ୨୭ ତାରିଖରୁ ଦଣ୍ଡାଦେଶ ଆରମ୍ଭ ହେବ । ୬୦୦ ବର୍ଷ ବା ଆଜୀବନ ଜେଲରେ ରହିବେ ମହିଳା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.