ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଷ୍ଟମରୁ ଦଶମ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଘୁଞ୍ଚିଲା

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର ୨୨।୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଘୁଞ୍ଚିଲା ଅର୍ଦ୍ଧ ବାର୍ଷିକ ପରୀକ୍ଷା । ସ୍କୁଲ ଛୁଟି ଘୋଷଣା କରାଯାଇଥିବାକୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । 

ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣ କରିଛନ୍ତି । ଏଥିପାଇଁ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ଅର୍ଦ୍ଧ ବାର୍ଷିକ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଥିବା ହେବାକୁ ଥିବା ପରୀକ୍ଷାକୁ ବିଭାଗ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ସେହି ଦିନ ଗୁଡ଼ିକରେ ଥିବା ପରୀକ୍ଷାକୁ ଯଥାକ୍ରମେ ଆସନ୍ତା ୧, ୨ ଓ ୪ ତାରିଖରେ ଅନୁଷ୍ଠିତ ହେବ । 

ଏଥିପାଇଁ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ସହଯୋଗ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ପରବର୍ତ୍ତୀ ପରୀକ୍ଷା ସୂଚୀ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ।

You Can Read:

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀକୁ ୯୩ ଟ୍ରେନ୍ ବାତିଲ, ଫେରିବା ଚିନ୍ତାରେ ପର୍ଯ୍ୟଟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.