ସ୍କୁଲରୁ ଘରକୁ ଫେରୁଥିବା ବେଳେ ବଜ୍ରପାତ, ଚାଲିଗଲା ଛାତ୍ରଙ୍କ ଜୀବନ

Published By : Prameya-News7 Bureau | June 25, 2024 IST

ଚଣ୍ଡିଖୋଲ: ବଜ୍ରାଘାତରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ମଙ୍ଗରାଜପୁର ଗ୍ରାମରେ ଘଟିଛି ଦୁଖଃଦ ଘଟଣା। ସୂଚନା ଅନୁଯାୟୀ ମଙ୍ଗରାଜପୁର ଗ୍ରାମର ମୋହନ ସେନାପତିଙ୍କ ପୁଅ ନବମ ଶ୍ରେଣୀର ଛାତ୍ର ଡିଡୁନ ସେନାପତି ସ୍କୁଲରୁ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା। 

ଆଉ ଏହି ବଜ୍ରାଘାତରେ ଛାତ୍ରଙ୍କ ଶରୀରର କିଛି ଅଂଶ ପୋଡି ଯାଇଥିଲା ଘଟଣା ସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ  ଶବ ବ୍ୟବଛେଦ ପାଇଁ ବଡ଼ଚଣା ମେଡିକାଲ ରେ ଭର୍ତ୍ତି କରାଯାଇଛି। ଛାତ୍ରଙ୍କ ଏଭଳି ଅକାଳ ବିୟୋଗ ରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.