ଭାରତ ନିକଟରେ ପ୍ରତିଶୋଧ ନେବାର ସୁଯୋଗ, ଅଷ୍ଟ୍ରେଲିଆକୁ ହରାଇ ନିଜ ରାସ୍ତାରୁ ହଟାଇବାକୁ ଚାହିଁବ ରୋହିତ ବାହିନୀ

Published By : Prameya-News7 Bureau | June 23, 2024 IST

livehindustan

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ  କ୍ରିକେଟ୍ ଦଳର ପ୍ରଶଂସକ ତେବେ ଆପଣଙ୍କୁ ୨୦୨୩ ନଭେମ୍ବର ୧୯ ତାରିଖର ସେହି ରାତି ମନେ ଥିବ। ଏହି  ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ କଙ୍ଗାରୁ ଦଳ ଭାରତକୁ ହରାଇ ବିଶ୍ଵକପ୍ ଜିତିବାର ସ୍ଵପ୍ନ ଚୂରମାର କରିଥିଲା। କେବଳ ଭାରତୀୟ ଖେଳାଳି ନୁହନ୍ତି ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଆଖି ଲୁହରେ ଛଳ ଛଳ ହୋଇ ଯାଇଥିଲା। ଆଉ ଏବେ ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେବାର ସମୟ ଆସି ଯାଇଛି। ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଟି-୨୦ ବିଶ୍ଵକପ୍ ୨୦୨୪ରୁ ବାହାର କରି ପାରେ।

ଓ୍ଵେଷ୍ଟଇଣ୍ଡିଜରେ ସଂପ୍ରତି ଟି-୨୦ ବିଶ୍ଵକପ୍‌ ୨୦୨୪ର ସୁପର-୮ ମ୍ୟାଚ୍ ଖେଳା ଯାଉଛି। ରବିବାର ଜୁନ ୨୩ରେ ଅଷ୍ଟ୍ରେଲିଆକୁ ପରାଜିତ କରି  ଆଫଗାନିସ୍ତାନ ବଡ଼ ବିଜୟ ହାସଲ କରିଛି। ପରାଜୟ ପରେ ଅଷ୍ଟ୍ରେଲିଆର ସେମିରେ ପ୍ରବେଶ କରିବା ମୁସ୍କିଲ ହୋଇ ପଡ଼ିଛିା ଯଦି ଭାରତୀୟ ଦଳ ଜୁନ ୨୪ ତାରିଖରେ ସୁପର-୮ରେ ନିଜର ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଦିଏ ତେବେ କଙ୍ଗାରୁ ଦଳ ବିଶ୍ଵକପ୍‌ରୁ ବିଦାୟ ନେବାର ଦ୍ଵାର ଦେଶରେ ପହଞ୍ଚିଯିବ ଏବଂ ଭାରତ ୨୦୨୩ ବିଶ୍ଵକପ୍‌ ଫାଇନାଲ୍‌ର ପ୍ରତିଶୋଧ ନେଇ ପାରିବ।

ଯଦି ଭାରତ ଅଷ୍ଟ୍ରେଲିଆକୁ  ହରାଇ ଦିଏ ଏବଂ ସେହି ଦିନ ଆଫଗାନିସ୍ତାନ ବାଂଲାଦେଶକୁ ସୁପର-୮ର ଶେଷ ମ୍ୟାଚ୍‌ରେ ପରାସ୍ତ କରେ ତେବେ ଅଷ୍ଟ୍ରେଲିଆ ସେମି ଫାଇନାଲ୍‌ରୁ ବାଦ୍ ପଡ଼ିବ। ଯଦି ଅଷ୍ଟ୍ରେଲିଆ ବିଜୟୀ ହୁଏ ତେବେ ଆଫଗାନିସ୍ତାନକୁ ନେଟ୍ ରନ ରେଟ୍‌ରେ ଅଷ୍ଟ୍ରେଲିଆକକୁ ପଛରେ ପକାଇବା ପାଇଁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। 

ଭାରତକୁ ଆଉ ଏକ ଫାଇଦା

ଯେବେ ଭାରତୀୟ ଦଳ ଦିନିକିଆ ଏବଂ ଟି-୨୦ ବିଶ୍ଵକପ୍ ଜିତିଛି, ସେହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ସେମି ଫାଇନାଲ୍ କିମ୍ବା ତା ପୂର୍ବରୁ ବିଦାୟ ନେଇଛି। ଏପରିକି ଏମିତି ସ୍ଥିତିରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ବାହାରର ରାସ୍ତା ଦେଖାଇଛି। ୧୯୮୩ ବିଶ୍ଵକପ୍‌ରେ ଭାରତ ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ହରାଇଥିଲା। ୨୦୦୭ ଟି-୨୦ ବିଶ୍ଵକପ୍‌ରେ ଭାରତ ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା। ୨୦୧୧ ବିଶ୍ଵକପ୍‌ରେ କ୍ଵାର୍ଟର ଫାଇନାଲ୍‌ରେ କଙ୍ଗାରୁ ଦଳକୁ ହରାଇ ଭାରତ ସେମିରେ ପ୍ରବେଶ କରିଥିଲା।

ଏମିତିରେ ଭାରତୀୟ ଦଳ ଯଦି ଅଷ୍ଟ୍ରେଲିଆକୁ ନିଜ ରାସ୍ତାରୁ ହଟାଇ ଦିଏ ତେବେ ଭାରତୀୟ ଦଳ ପାଇଁ ଟି-୨୦ ବିଶ୍ଵକପ୍ ଜିତିବା ସହଜ ହୋଇପାରେ। କାରଣ ଯଦି ଭାରତ ଓ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରନ୍ତି ତେବେ ଫାଇନାଲ୍‌ରେ ଦୁଇ ଦଳ ମଧ୍ୟରେ ମୁକାବିଲା  ହୋଇପାରେ। ତେଣୁ ସେହି ସମୟରେ କିଛି ଅପ୍ରିତୀକର ନ ଘଟୁ, ସେଥିପାଇଁ ଏବେଠୁ ଅଷ୍ଟ୍ରେଲିଆକୁ ନିଜ ରାସ୍ତାରୁ ହଟାଇବା ପାଇଁ ଭାରତକୁ ପୂରା ଦମ ଦେଖାଇବାକୁ ପଡ଼ିବ। 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.