ଚୀନ୍‌ର ରହସ୍ୟମୟ ବେମାରୀକୁ ନେଇ WHOଙ୍କ ବଡ଼ ବୟାନ, କହିଲେ-କରୋନା ଭଳି ଘାତକ

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ ୨୮।୧୧: କରୋନା ଯୋଗୁ ପ୍ରାୟ ସବୁ ଦେଶ ଚିନ୍ତିତ। ଏଥିରେ କଣ ନା କଣ ବେମାରୀ ବ୍ୟାପିଯାଉଛି। ଏବେ ପଡୋଶୀ ଚୀନ୍‌ରେ ଏକ ନୂଆ ବେମାରୀ ବ୍ୟାପୁଛି। ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମଧ୍ୟ ବୟାନ ଦେଇଛନ୍ତି। ଡାକ୍ତରମାନେ ଏହି ରୋଗକୁ କରୋନା ସହ ଯୋଡି ଦେଖୁଛନ୍ତି। ସେମାନଙ୍କ କହିବା କଥା ହେଲା ଏହି ବେମାରୀ ଜଣକ ଠାରୁ ଜଣକୁ ଦ୍ରୁତ ବ୍ୟାପୁଛି। ଏଥିରେ ଚୀନ୍‌ରେ ଲୋକଙ୍କ ଠାରେ ଜ୍ୱର ସାଙ୍ଗକୁ କାସ ସହିତ ନିଶ୍ୱାସ ଫୁଲାଇ ଦେଉଥିବା ଭଳି ରୋଗ ଏବେ ସାମ୍ନାକୁ ଆସିଛି।

ଡବ୍ଲୁଏଚଓ ନିଜ ଆଡୁ ଏହି ରୋଗର ସଂଜ୍ଞାନ ନେଇଛନ୍ତି ଓ କହିଛନ୍ତି ଯେ ଏହା କରୋନା ଭଳି ଘାତକ ନୁହେଁ। ସଂକ୍ରମଣର ନୂଆ ଅଭିଯୋଗ ମିଳି ନାହିଁ। ଡବ୍ଲୁଏଚଓଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ମାରିୟା ୱାନ୍ କହିଛନ୍ତି ଯେ ଏହି ରୋଗ ସଂକ୍ରମିତ ପିଲାଙ୍କ ଠାରେ ଅଧିକ ଦେଖାଯାଉଛି। ସେ କହିଛନ୍ତି ଯେ ଏହା କରୋନା ଭଳି ଏତେ ଘାତକ ନୁହେଁ, ତେବେ ବିଶେଷଜ୍ଞ ଏହାକୁ ନିମୋନିଆ କହୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହମାନଙ୍କରେ ଉତ୍ତର ଚୀନ୍‌ରେ ପିଲାଙ୍କ ଠାରେ ଶ୍ୱାସନ ସମ୍ପର୍କିତ ବେମାରୀ ବୃଦ୍ଧିର ସଂକେତ ଦେଉଥିବା ରିପୋର୍ଟ ସାମ୍ନାକୁ ଆସିଛି।

ଏହି ଦୃଷ୍ଟିରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପର୍ଯ୍ୟାପ୍ତ ସାବଧାନତା ଅବଲମ୍ବନ କରିବା ପାଇଁ ଶ୍ୱାସନ ସମ୍ପର୍କିତ ବେମାରୀ ମୁକାବିଲା ନିମନ୍ତେ ଉପାୟର ବିସ୍ତୃତ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ଡବ୍ଲୁଏଚଓ ଦିଆଯାଇଥିବା ସୂଚନାରେ ଚୀନ୍‌ର ଉତ୍ତରଭାଗରେ ଶ୍ୱାସନ ସମ୍ପର୍କିତ ବେମାରୀ ବୃଦ୍ଧିର ସଂକେତ ମିଳିଛି। ଏଥି ପାଇଁ ମୁଖ୍ୟତଃ ଇନଫ୍ଲୁଏଞ୍ଜା, ମାଇକ୍ରୋପ୍ଲାଜମା ନିମୋନିଆ, ସାର୍ସକୋଭ-୨ଆଦିର ସାଧାରଣ କାରଣକୁ ଏଥିଲାଗି ଦାୟି କରାଯାଉଛି। ତେବେ ଭାରତ ସରକାର ଏହାକୁ ନେଇ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି।

ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ହସ୍ପିଟାଲମାନଙ୍କର ପ୍ରସ୍ତୁତିକୁ ତୁରନ୍ତ ସମୀକ୍ଷା କରିବା ପାଇଁ କୁହାଯାଇଛି। ଡବ୍ଲୁଏଚଓ ଙ୍କ ଅନୁସାରେ ଶୀତ ଋତୁ ଆରମ୍ଭରେ ମାଇକ୍ରୋପ୍ଲାଜମା ନିମୋନିଆ ଆଦିର ପ୍ରସାର ସହିତ କୋଭିଡ-୧୯ କଟକଣା ହଟାଯିବା ଏହାର ବୃଦ୍ଧିର କାରଣ ହୋଇଛି। ଏ ବାବଦେ ଡବ୍ଲୁଏଚଓ ଚୀନ୍‌ ଅଧିକାରୀଙ୍କୁ ଅଧିକ ବିବରଣୀ ମାଗିଛନ୍ତି। ତେବେ ମିଳୁଥିବା ସୂଚନାରୁ ଏତେ ଘାବରେଇବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି।   

ପ୍ରଥମ ଦେଶ ଭାବରେ ଧୂମ୍ରପାନ ବ୍ୟାନ୍‌ କଲା ନ୍ୟୁଜିଲାଣ୍ଡ୍‌, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ତୀବ୍ର ସମାଲୋଚନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.