ଭଦ୍ରକ ୧୬।୩: ନାବାଳିକାଙ୍କ ଉପରେ ଚଢ଼ିଗଲା ଇଟା ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟର ଜାଳି ଦେଲ ଉତ୍ତ୍ୟକ୍ତ ଲୋକ । ଭଦ୍ରକ ଜିଲ୍ଲା ଗୁଜିଦରଦା ଫାଣ୍ଡି ଅଧୀନ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଗୁଜିଦରଡ଼ା ଫାଣ୍ଡି ଅଧୀନ କମାରିଆ ବସପୁର ଛକରେ ଦୁର୍ଘଟଣା ଘଟିଛି । ନାବାଳକକୁ ଧକ୍କା ଦେଇଛି ଟ୍ରାକ୍ଟର । ପରେ ଟ୍ରାକ୍ଟରରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକ । ସ୍ଥାନୀୟ ଦୁର୍ଗାପୁର ଅଂଚଳର ସେକ ସବାଜ ତାଙ୍କ ଚାରି ବର୍ଷର ଝିଅକୁ ନେଇ ଘରକୁ ଯାଉଥିବା ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଚଢି ଯାଇଥିଲା । ଘଟଣାସ୍ଥଳରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
You Can Read:
ଚାଉଳ କିଣାରେ ଠକେଇ ଅଭିଯୋଗ : ଆନ୍ଧ୍ର ପ୍ରଦେଶର ଠକକୁ ଗିରଫ କଲା ଗୋଳନ୍ଥରା ପୋଲିସ