ମାର୍ଚ୍ଚ ଅଧାରୁ ଜାଳୁଛି ଖରା, ରବିବାର ବି ବୌଦ୍ଧ ପାଲଟିଲା ଦେଶର ସବୁଠୁ ଉତ୍ତପ୍ତ ସହର

Published By : Prameya-News7 Bureau | March 16, 2025 IST

ଭୁବନେଶ୍ବର: ମାର୍ଚ୍ଚ ମାସରୁ କଲବଲ କଲାଣି ତାତି। ଦିନ ତାପମାତ୍ରା ଏବେଠାରୁ ହିଁ ଲୋକଙ୍କୁ ଡରାଇଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳିଛି ଖରାର ପ୍ରକୋପ। ଖରାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଥିବାବେଳେ ଲଗାତାର ଦ୍ବିତୀୟ ଦିନରେ ବୌଦ୍ଧ ପାଲଟିଛି ଦେଶର ସବୁଠୁ ଉତ୍ତପ୍ତ ସହର।

ରିପୋର୍ଟ ଅନୁଯାୟୀ, ରବିବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ ହୋଇଛି। ଏହା ସହ ଝାରସୁଗୁଡ଼ା ୪୨.୦ ଡିଗ୍ରୀ ସେଲସିୟସ, ବଲାଙ୍ଗିର ୪୧.୭, ଅନୁଗୁଳ ୪୧.୧, ଟିଟିଲାଗଡ଼ ୪୦.୫, ସୁନ୍ଦରଗଡ଼ ୪୦.୩, ଭବାନୀପାଟଣା ୪୦.୨, ଭୁବନେଶ୍ବର ୩୬.୮, କଟକ ୩୭, ରାଉରକେଲା ୩୯.୮, ସମ୍ବଲପୁର ୩୯.୭, ପାରଳାଖେମୁଣ୍ଡି ୩୯.୬, ସୋନପୁର ୩୯.୫, ମାଲକାନଗିରି ୩୯.୫, ତାଳଚେର ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। 

ସେପଟେ ପାଣିପାଗ ବିଭାଗ ଆକଳନ କରିଛି ଆସନ୍ତା ୪ ଦିନ ଯାଏ ରାଜ୍ୟରେ ହିଟ୍ ୱେଭ ସ୍ଥିତି ଜାରି ରହିବ। ଅବଶ୍ୟ ୧୯ ତାରିଖ ବେଳକୁ ତାପମାତ୍ରା କମିବା ଆକଳନ କରାଯାଇଛି । ବିଜୁଳି, ଘଡ଼ଘଡ଼ି ସହ ଭଦ୍ରକ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ବର୍ଷା ସମ୍ଭାବନା ରହିଛି।

ପୂର୍ବରୁ ଶନିବାର ମଧ୍ୟ ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ତା’ ପଛକୁ  ୪୨.୨ ଡିଗ୍ରୀ ସହ ସମ୍ବଲପୁର, ଝାରସୁଗୁଡ଼ାରେ ୪୧.୮, ଅନୁଗୁଳ ୪୧.୭, ବଲାଙ୍ଗିର ୪୧.୫, ସୋନପୁର ୪୧.୨, ଟିଟିଲାଗଡ଼ ୪୧, ସୁନ୍ଦରଗଡ଼ ୪୦.୮, ଢ଼େଙ୍କାନାଳ ୪୦. ୬, ରାଉରକେଲା ୪୦.୫, ହୀରାକୁଦ ୪୦.୨, ବାରିପଦା ୪୦.୨, ଭବାନୀପାଟଣା ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.