ନିଶା ମାଫିଆଙ୍କ ବିରୋଧରେ ଆକ୍ସନ ଜୋରଦାର, ଅପରାଧକୁ ନିୟନ୍ତ୍ରଣ କରିବାକୁ ‘ସେଫ୍ ସିଟି’ ଡ୍ରାଇଭ୍

Published By : Prameya-News7 Bureau | October 16, 2023 IST

ଭୁବନେଶ୍ବର ୧୬।୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୋରଦାର ହେଲା ନିଶା ମାଫିଆଙ୍କ ବିରୋଧରେ ଆକ୍ସନ । ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଗତ କିଛି ଦିନ ପୂର୍ବରୁ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ତରଫରୁ ‘ସେଫ୍ ସିଟି ଡ୍ରାଇଭ୍’ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ କ୍ରମରେ ଆଗକୁ ଆସୁଥିବା ପାର୍ବଣ ମହୋତ୍ସବକୁ ଲକ୍ଷ କରି ସହରାଞ୍ଚଳ ପୋଲିସ ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ପାଟ୍ରୋଲିଂକୁ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ବିଭିନ୍ନ ଥାନା ତଥା ପିଓପିଡି ଓ ଟିମ୍-୬୦ର ଅଧିକାରୀ ଏବଂ କର୍ମଚାରୀମାନେ ଏହି ପାଟ୍ରୋଲିଂରେ ସାମିଲ ହୋଇଥିବା ବେଳେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି, ଆଡ୍ଡା ଏବଂ ଯାନବାହାନ ଚେକିଂ ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ବିରୋଧରେ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକସ୍ଥଳେ ଜରିମନା ମଧ୍ୟ ଆଦାୟ କରାଯାଉଛି ।

ଆଗାମୀ ପାର୍ବଣ ମହୋତ୍ସବକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ସହରାଞ୍ଚଳ ପୋଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରି ରହିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଅକ୍ଟୋବର ୧ ତାରିଖରୁ ୧୬ ମଧ୍ୟରେ ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ୧୫୧୩ ଜଣଙ୍କ ଠାରୁ ୭ ଲକ୍ଷ ୫୬ ହଜାର ୫ ଶହ ଟଙ୍କା, କୋଟପା ଆକ୍ଟରେ ଧୂମପାନ ସେବନକାରୀଙ୍କ ଠାରୁ ୩୩ ହଜାର ୭ ଶହ ଟଙ୍କା, ମୋଟର ଭେହିକିଲ ଆକ୍ଟ ଅଧିନରେ ୪୦ ହଜାର ଟଙ୍କା ଫାଇନ୍ କଟାଯାଇଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି ।

You Can Read :

wp:embed {"url":"https://www.prameyanews7.com/mid-night-queen-muskan-assistant-arrested-by-kharvel-nagar-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mid-night-queen-muskan-assistant-arrested-by-kharvel-nagar-police/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.