ଶ୍ରମିକଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ, ବେଆଇନ ଇଟାଭାଟିକୁ ଭାଙ୍ଗିଲା ପ୍ରଶାସନ

Published By : Prameya-News7 Bureau | February 11, 2024 IST

ଢେଙ୍କାନାଳ ୧୧।୦୨ : ଢେଙ୍କାନାଳ କମଳାଙ୍ଗ ଗାଁ ନିକଟରେ ଏକ ବେଆଇନ ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୩ ଜଣ ପ୍ରାଣ ହରାଇବା ଘଟଣା। ଏହି ଘଟଣା ପରେ ଆକ୍ସନ ମୋଡ୍ କୁ ଆସିଛି ଜିଲ୍ଲା ପ୍ରଶାସନ। ବେଆଇନ୍‌ ଭାବେ ଗଢି ଉଠିଥିବା ଇଟାଭାଟିକୁ ହୋଇଛି ଉଚ୍ଛେଦ ।

{"id":907692,"sizeSlug":"large","linkDestination":"none"}

ତେବେ କଣ୍ଟାବଣିଆ ପୋଲିସର ଅବହେଳାରୁ ବେଆଇନ ଇଟାଭାଟି କରିଥିବା କମଳାଙ୍ଗ ଗାଁର ବିନୋଦ ସାହୁ ଫେରାର ହୋଇଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି କଣ୍ଟାବଣିଆ ଅଞ୍ଚଳର ଏହି ଇଟାଭାଟିକୁ ଭଙ୍ଗାଯାଇଛି। ଏହାସହିତ ବେଆଇନ ଭାବେ ଗଢି ଉଠି ଥିବା ଇଟାଭାଟି ଗୁଡି଼କ ଭଙ୍ଗାଯିବ  ବୋଲି ଜିଲ୍ଲାପାଳ କଡ଼ା ତାଗିଦ କରିଛନ୍ତି। ସ୍ଥାନୀୟ ଓଡ଼ପଡା ତହସିଲ ପକ୍ଷରୁ ଏହି ଇଟାଭାଟି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

wp:embed {"url":"https://www.prameyanews7.com/three-person-asphyxiated-to-death-in-bricks-factory-in-dhenkanal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-person-asphyxiated-to-death-in-bricks-factory-in-dhenkanal/
/wp:embed

ସୂଚନାଯୋଗ୍ୟ ଯେ, ଶନିବାର ଦିନ କମଳାଙ୍ଗ ଗାଁ ନିକଟରେ ଏକ ବେଆଇନ ଇଟାଭାଟିରେ ଶ୍ବାସରୁଦ୍ଧ ହୋଇଛି ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ୩ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ପୁଅ ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ତେବେ ତାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି।

wp:embed {"url":"https://www.prameyanews7.com/bonus-increased-kendu-leaf-picker/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bonus-increased-kendu-leaf-picker/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.