୫ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ, କାର୍ଯ୍ୟକ୍ଷମ ହେଲା ୧ ନମ୍ବର ୟୁନିଟ୍

Published By : Prameya-News7 Bureau | September 14, 2024 IST

ଲମତାପୁଟ ୧୪।୯: ୫ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ l ପ୍ରଥମ ପର୍ଯ୍ୟାୟରେ ୧ ନମ୍ବର ୟୁନିଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ୩ ନମ୍ବର ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି l ଦୁଇଟି ୟୁନିଟ୍ କାର୍ଯ୍ୟକ୍ଷମ ହେବା ପରେ ୩୪ ମେଗା ୱାଟ୍ସ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି l ଆନ୍ଧ୍ରପ୍ରଦେଶରୁ ଆସିଥିବା ପ୍ରକଳ୍ପ ଅଧିକାରୀ ମାଛକୁଣ୍ଡ ପ୍ରକଳ୍ପରୁ ଜଳ ନିଷ୍କାସନ ପାଇଁ ଓଡିଶା ଅଗ୍ନିଶମ ବାହିନୀର ସହାୟତା ଲୋଡ଼ିଥିଲେ l 

ଗତ ବୁଧବାର ଲମତାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ୧୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଜଳ ନିଷ୍କାସନ କରିଥିଲେ l ପ୍ରକଳ୍ପର କର୍ମଚାରୀ ଦୁଇ ଦିନ ଦିନରାତି ମରାମତି କାର୍ଯ୍ୟ କରି ପ୍ୟାନେଲ ଏବଂ ଟର୍ବାଇନ ଗୁଡିକ ସଫାକରି କାର୍ଯ୍ୟକ୍ଷମ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କାହା ଅବହେଳା ପାଇଁ ପ୍ରକଳ୍ପ ଡ୍ୟାମ୍‌ ଗୁଡିକରେ ଜଳସ୍ତର ବିପଦ ସଙ୍କେତକୁ ଛୁଇଁବା ପରେ ଅଧିକା ଜଳ ନିଷ୍କାସନ ହୋଇଥିଲା l ପ୍ରଥମ ଥର ବନ୍ୟାଜଳ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ପ୍ରବେଶ କରି କୋଟି କୋଟି ଟଙ୍କା କ୍ଷତି ସହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କେହି ମୁହଁ ଖୋଲୁନଥିବା ଦେଖିବାକୁ ମିଳିଛି l

You Can Read:

ପୁରୀରେ ମାତିଲେ ଲୁଟେରା, ଝିଅକୁ ଟ୍ୟୁସନରୁ ଆଣି ଫେରିବା ବେଳକୁ ଘର ଖାଲି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.