ଭାସିଗଲା ଅସ୍ଥାୟୀ ଲୁହା ପୋଲ, ଆନ୍ଧ୍ର-ଓଡ଼ିଶାକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | September 10, 2024 IST

ଲମତାପୁଟ ୧୦।୯: ଜଲାପୁଟ ଡ୍ୟାମ୍‌ର ପାଣି ଛାଡିବା ପରେ ଆନ୍ଧ୍ର-ଓଡିଶାକୁ ସଂଯୋଗ କରୁଥିବା ଅସ୍ଥାୟୀ ଲୁହା ପୋଲ ଭାସିଗଲା  । କୋରାପୁଟ ଜିଲ୍ଲାର ଜଲାପୁଟ ଗ୍ରାମକୁ ଏବଂ ଆନ୍ଧ୍ରପ୍ରଦେଶର ଜଲାପୁଟ ଗ୍ରାମକୁ ସଂଯୋଗ କରୁଥିବା ଏହି ଅସ୍ଥାୟୀ ଲୁହା ପୋଲ ଭାସିଯିବା ପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି l ଗମନାଗମନ ବନ୍ଦ ହେବା ପରେ ବିଦ୍ୟାଳୟ, ସ୍ବାସ୍ଥ୍ୟସେବା ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବେ ଉଭୟ ସୀମାନ୍ତ ଆନ୍ଧ୍ର ଓଡିଶାର ଲୋକେ l ଯାତାୟତ ପାଇଁ କେବଳ ବିପଦ ସଙ୍କୁଳ ଅବସ୍ଥାରେ ଡ୍ୟାମ୍‌ ଉପରେ ହିଁ ଯିବାକୁ ପଡିବ l ଘଟଣାସ୍ଥଳରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନର ଦେଖା ନମିଳିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l 

ପୂର୍ବରୁ ୧୯୯୯ ମସିହାରେ ଏଠାରେ ଥିବା ସ୍ଥାୟୀ ପୋଲ ଜଳାପୁଟ ଜଳଭଣ୍ଡାରରୁ ପାଣି ଛାଡିବା ପରେ ଧୋଇଯାଇଥିଲା  l ମରାମତି କରି ପୁଣି ଯାତାୟାତ ସ୍ୱାଭାବିକ ହୋଇଥିବା ବେଳେ ୨୦୦୬ରେ ପୁଣି ଏହି ପୋଲଟି ଧୋଇଯାଇଥିଲା l ପରବର୍ତ୍ତୀ ସମୟରେ ଆନ୍ଧ୍ରପ୍ରଦେଶର ପ୍ରଶାସନ ୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଅସ୍ଥାୟୀ ଲୁହା ପୋଲ ନିର୍ମାଣ କରିଥିଲେ l ସୋମବାର ଜଳଭଣ୍ଡାରରେ ପାଣି ଛାଡିବା ପରେ ରାତିରେ ସମ୍ପୂର୍ଣ୍ଣ ପୋଲଟି ଧୋଇଯାଇଛି l

You Can Read:

ଦୟା ନଦୀରେ ନିର୍ମାଣ ହେବ ଜଳଭଣ୍ଡାର, ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ : ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.