ସୁପର-୮ର ଖୁସି ପରେ ଆଫଗାନିସ୍ତାନକୁ ଲାଗିଲା ବଡ଼ ଝଟକା, ଷ୍ଟାର ଖେଳାଳି ବିଶ୍ଵକପ୍ରୁ ବାଦ୍

Published By : Prameya-News7 Bureau | June 15, 2024 IST

livehindustan

ନୂଆଦିଲ୍ଲୀ: ସୁପର-୮ରେ ପ୍ରବେଶ କରିବାର ଖୁସି ମିଳିବା ପରେ ଆଫଗାନିସ୍ତାନକୁ ବଡ଼ ଝଟକା ଲାଗିଛି। ଆଫଗାନିସ୍ତାନର ଷ୍ଟାର ସ୍ପିନର ମୁଜୀବ ଉର ରେହମାନ ଆହତ ହେବା କାରଣରୁ ଟି-୨୦ ବିଶ୍ଵକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଛି। ୨୩ ବର୍ଷୀୟ ଏହି ତାରକା ବୋଲର ଟୁର୍ଣ୍ଣାମେଣ୍ଟରେ ୟୁଗାଣ୍ଡା ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳି ପାରିଥିଲେ। ସେ ଏହି ମ୍ୟାଚ୍‌ରେ ୧୬ ରନ ଦେଇ ଗୋଟିଏ ସଫଳତା ପାଇଥିଲେ। 

ମୁଜୀବଙ୍କ ବଦଳ ଖେଳାଳି ଭାବେ ବ୍ୟାଟର ହଜରତୁଲ୍ଲା ଜଜଇଙ୍କୁ ଆଫଗାନିସ୍ତାନ ଦଳରେ ସାମିଲ କରାଯାଇଛି। ଏହି ବ୍ୟାଟର ଦଳ ପାଇଁ ୪୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୮.୪୫ ହାରରେ ୧୧୩୮ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ତିନି ଅର୍ଦ୍ଧଶତକ ସାମିଲ। ଆଇସିସିର ବୈଷେୟିକ କମିଟି ମୁଜୀବ ଉର ରେହମାନଙ୍କ ବଦଳ ଖେଳାଳି ଭାବେ ହଜରତୁଲ୍ଲା ଜଜଇଙ୍କୁ ମଞ୍ଜୁରୀ ଦେଇଛି।

Also read- ଆମେରିକା ଓ ଆଫଗାନିସ୍ତାନ ସମେତ ଏହି ଦଳ ସୁପର-୮ରେ ପ୍ରବେଶ, ପାକିସ୍ତାନ-ନ୍ୟୁଜିଲାଣ୍ଡ ସହ ୧୦ ଟିମ୍ ଆଉଟ୍

ଆଫଗାନିସ୍ତାନ ଚଳିତ ଟି-୨୦ ବିଶ୍ଵକପ୍‌ରେ ଦମଦାର ପ୍ରଦର୍ଶନ କରିଛି। ଦଳ ଗ୍ରୁପ ପର୍ଯ୍ୟାୟରେ ତିନୋଟି ଖେଳି ୩ଟି  ଜିତି ସି ଗ୍ରୁପରେ ଶୀର୍ଷରେ ରହିଛି। ରଶିଦ ଖାନଙ୍କ ନେତୃତ୍ଵାଧୀନ ଦଳ ପ୍ରଥମେ ୟୁଗାଣ୍ଡାଙ୍କୁ ୧୨୫ ରନରେ ହରାଇଥିଲା। ଦ୍ଵିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡ ପରି ଶକ୍ତିଶାଳୀ ଦଳକୁ ୮୪ ରନରେ ହରାଇଛି। ଆଫଗାନିସ୍ତାନ କୌଣସି ବି ଫର୍ମାଟ୍‌ରେ ପ୍ରଥମ ଥର ନ୍ୟୁଜିଲାଣ୍ଡକୁ ହରାଇଛି। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.