ଟମାଟର ଓ ମସଲା ପରେ ଏବେ କନ୍ଦେଇବ ଡାଲି, ଜାଣନ୍ତୁ କେଜି ପିଛା ଦର କେତେ?

Published By : Prameya-News7 Bureau | August 03, 2023 IST

ନୂଆଦିଲ୍ଲୀ ୩।୮: ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ସବୁଜ ପନିପରିବା ଓ ମସଲା ସହିତ ଅଧିକାଂଶ ଖାଦ୍ୟ ପଦାର୍ଥ ଏବେ ମହଙ୍ଗା ହୋଇଯାଇଛି। ଏଣୁ ସାଧାରଣ ଜନତାଙ୍କ ପକେଟ୍ ଉପରେ ଏବେ ମୂଲ୍ୟ ବୃଦ୍ଧିର ବୋଝ ବଢି ବଢି ଚାଲିଛି। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ସବୁଜ ପନିପରିବା, ଟମାଟର ଓ ମସଲା ପରେ ଏବେ ଡାଲିଜାତୀୟ ଶସ୍ୟର ମୂଲ୍ୟବୃଦ୍ଧି ହୋଇଛି।

ଋଷିଆରୁ ବିପୁଳ ପରିମାଣରେ ଗହମ କିଣିବାକୁ ବିଚାର କରୁଛି ଭାରତ, ଜାଣନ୍ତୁ ଆମଦାନୀ ହେବ କେତେ ମିଲିୟନ ଟନ?

ଏବେ ଡାଲି କେଜି ପିଛା ଦରରେ ଯେତିକି ମୂଲ୍ୟ ବୃଦ୍ଧି ହୋଇଛି, ସେଥିରେ ଏକ ଗରିବ ପରିବାର ପାଇଁ ଥାଳିରେ ଡାଲି ସ୍ୱପ୍ନ ହେବାକୁ ଯାଉଛି। ଏପରି ମୂଲ୍ୟ ବୃଦ୍ଧି ଯୋଗୁ ଅନେକ ଲୋକେ ଏବେ ଘର ସଉଦାରେ ଡାଲି କିଣିବା ବନ୍ଦ କରିଦେଇଛନ୍ତି। ଗତ ୧ ମାସ ହେଲା ଡାଲି ମୂଲ୍ୟରେ ଲଗାତାର ବୃଦ୍ଧି ହେଉଥିବା ବେଳେ ଏବେ ହରଡ ଡାଲି ମୂଲ୍ୟ ସବୁ ସୀମା ପାର କରିଯାଇଛି। ସାଧାରଣରେ ହରଡଡାଲି କେଜି ପିଛା ଦର ୧୦୦ରୁ ୧୨୦ ଟଙ୍କା ମଧ୍ୟରେ ରହୁଥିଲା। ହେଲେ ଏବେ କେଜି ପିଛା ଦର ୨୦୦କୁ ଛୁଇଁଛି। ଏଣୁ ଲୋକଙ୍କ ଥାଳିରୁ ହରଡ ଡାଲି ଗାୟବ ହୋଇଯାଇଛି।

{"id":825775,"sizeSlug":"full","linkDestination":"none"}

ଦେଶରେ ହୁ ହୁ ହୋଇ ବଢୁଥିବା ଦରଦାମ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ତାଙ୍କ ତରଫରୁ ଉଦ୍ୟମ ଜାରି ରଖିଛନ୍ତି। ଏହା ସତ୍ତ୍ୱେ ବଜାର ମୂଲ୍ୟରେ ସୁଧାର ହେଉ ନାହିଁ। ବ୍ୟବସାୟୀ ଡାଲିର କଳାବଜାରି କରୁଥିବା ସରକାର ସନ୍ଦେହ କରୁଥିଲେ। ଏଣୁ ଡାଲିର ମୂଲ୍ୟ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରୁ ଉଦ୍ୟମ କଲେଣି। ଏଥି ପାଇଁ ପ୍ରଥମେ ଡାଲିର ଷ୍ଟକ୍ ଓ କଳାବଜାରୀ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିଥିଲେ। ଏହି କମିଟି ବିଭିନ୍ନ ରାଜ୍ୟରେ ଅଧିକାରୀଙ୍କ ସହ ମିଶି ଚଢଉ ମଧ୍ୟ କରିଥିଲେ। ଏଥିରେ ତାମିଲନାଡୁ ସମେତ  ଅନେକ ରାଜ୍ୟରେ ଚଢଉ ହୋଇଥିଲା ଏହା ସତ୍ତ୍ୱେ ଡାଲି ମୂଲ୍ୟ କମିବା ପରିବର୍ତ୍ତେ ବଢିବଢି ଚାଲିଛି। ଏଣୁ ସରକାର ଡାଲି ଷ୍ଟକ୍‌ ସୀମା ଧାର୍ଯ୍ୟ କରିଦେଇଛନ୍ତି।

ଲଗାତାର ତୃତୀୟ ଦିନରେ ଲାଲ୍ ସଂକେତରେ ବନ୍ଦ ହେଲା ସେୟାର ବଜାର, ନିବେଶକଙ୍କ କ୍ଷତି ଲକ୍ଷେ କୋଟି ଟଙ୍କା

କେନ୍ଦ୍ର ସରକାର ଜୁନ ୨ ତାରିଖରେ ଡାଲି ଷ୍ଟକ୍‌ ଧାର୍ଯ୍ୟ କରିଥିଲେ। ଦେଶରେ ଏହି ଷ୍ଟକ୍ ଲିମିଟ୍ ଜୁନ ୨ ତାରିଖରୁ ପ୍ରଭାବୀ ହୋଇଥିଲା। ଯାହା ୩୧ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସୀମାଠାରୁ ଯଦି କେହି ଅଧିକ ଡାଲି ଷ୍ଟକ୍ ରଖିଥାନ୍ତି ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା। ଏହି ଷ୍ଟକ୍‌ ଲିମିଟ୍ ପାଇକାରୀ ବିକ୍ରେତା, ରିଟେଲର୍ସ, ମିଲ୍ ମାଲିକଙ୍କ ସମେତ ଇମ୍ପୋର୍ଟରଙ୍କ ଉପରେ ମଧ୍ୟ ଲାଗୁ। ସରକାରଙ୍କ ଆଦେଶ ଅନୁସାରେ ରିଟେଲର ୫ ଟନରୁ ଅଧିକ ଡାଲି ଷ୍ଟକ୍‌ କରିପାରିବେନି। ସେହିପରି ପାଇକାରୀ ବ୍ୟବସାୟୀ ଓ ଇମ୍ପୋଟରଙ୍କୁ ୨୦୦ ଟନରୁ ଅଧିକ ଡାଲି  ଷ୍ଟକ୍ ରଖିବାକୁ ମନା। ଏହା ସତ୍ତ୍ୱେ ଦେଶରେ ଡାଲି ଦର ଏବେ ଆକାଶ ଛୁଇଁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.