ସୁନୀଲ ତଟକରେଙ୍କୁ ପାର୍ଟିରୁ ବାହାର କଲେ ଶରଦ ପାୱାର, ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ପ୍ରଫୁଲ ପଟେଲ୍

Published By : Prameya-News7 Bureau | July 03, 2023 IST

ମୁମ୍ୱାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ରାଜନୈତିକ ହଇଚଇ ଏବେ ବଢିବାରେ ଲାଗିଛି । ରବିବାର ଏନସିପିରେ ହୋଇଥିବା ବିଦ୍ରୋହ ପରେ ଏବେ ଦଳ ଦୁଇ ଭାଗରେ । ଏବେ ଉଭୟ ଗୋଷ୍ଠୀ ଦ୍ୱାରା ନୂଆ ନିଯୁକ୍ତି ଏବଂ ବରଖାସ୍ତ ଜାରି ରହିଛି । ଅଜିତ୍ ପାୱାରଙ୍କ ଗୋଷ୍ଠୀ ସୁନୀଲ ତଟକରେଙ୍କୁ ମହାରାଷ୍ଟ୍ର ଏନସିପିର ଅଧ୍ୟକ୍ଷ ନିଯୁକ୍ତ କରିଛି ।

ଉଲ୍ଲେଖଯୋଗ୍ୟ ଯେ ସୋମବାର ଜୁଲାଇ ୩ରେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେଙ୍କ ଦାବିରେ ଶରଦ ପାୱାର ଆକ୍ସନ ନେଇ ପ୍ରଫୁଲ ପଟେଲକୁ ପାର୍ଟି ସମ୍ୱିଧାନ ଏବଂ ନିୟମର ଉଲ୍ଲଂଘନ ଅଭିଯୋଗରେ ଦଳରୁ ବରଖାସ୍ତ କରିଥିଲେ । ଅନ୍ୟପଟେ ଅଜିତ୍ ପାୱାରଙ୍କ ଗୋଷ୍ଠୀ କହିଛି ଯେ ଜୟନ୍ତ ପାଟିଲଙ୍କୁ ଏନସିପିର ମହାରାଷ୍ଟ୍ର ଅଧ୍ୟକ୍ଷ ପଦରୁ ହଟଯାଇଛି । ଏନସିପି ନେତା ପ୍ରଫୁଲ ପଟେଲ୍ କହିଛନ୍ତି ଯେ ସୁନୀଲ ତଟକରେଙ୍କୁ ପାର୍ଟିର ସଂଗଠନରେ ପରିବର୍ତ୍ତନର କରିବାର ଅଧିକାର ରହିଛି । ପ୍ରଫୁଲ ନିଜକୁ କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି ।

wp:html /wp:html

ଏହାପରେ ଏନସିପି ନେତା ପ୍ରଫୁଲ ପଟେଲ କହିଛନ୍ତି ଯେ ଅନିଲ ଭାଇଦାସ ପାଟିଲଙ୍କୁ ମହାରାଷ୍ଟ୍ର ବିଧାନସଭାରେ ଏନସିପିର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି । ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେଙ୍କୁ ଶରଦ ପାୱାର ପାର୍ଟିରୁ ବହିଷ୍କାର କରିବାର କିଛି ସମୟରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଶରଦ ପାୱାର ହିଁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର କହିଛନ୍ତି ।

Also Read: ଏନ୍‌ସିପିରୁ ୩ ନେତା ବରଖାସ୍ତ; ୯ ବିଧାୟକ ଓ ୨ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚାଲିଛି ପ୍ରସ୍ତୁତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.