ଭାଇଙ୍କ ବଳିଦାନ ନଥିଲେ କ୍ରିକେଟର ଭଗବାନ ହୋଇନଥାନ୍ତେ ସଚିନ୍? ଜନ୍ମଦିନରେ ଜାଣନ୍ତୁ ସଂଘର୍ଷର କାହାଣୀ...

Published By : Prameya-News7 Bureau | April 24, 2024 IST

ମୁମ୍ୱାଇ ୨୪/୦୪: କ୍ରିକେଟ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି । କେବଳ ନାମ ହିଁ ଯଥେଷ୍ଟ । ଗଡ ଅଫ୍ କ୍ରିକେଟ, ସଚିନ୍ ତେନ୍ଦୁଲକର । ୨୪ ଏପ୍ରିଲ ୧୯୭୩ ରେ ମୁମ୍ବାଇରେ ଜନ୍ମ । ପିଲାଦିନରେ କ୍ରିକେଟ ସହ ଟେନିସ୍ ଖେଳୁଥିଲେ ସଚିନ୍ । କିନ୍ତୁ ପରବର୍ତ୍ତୀ ସମୟରେ କ୍ରିକେଟ୍ ପାଇଁ ସେ ପାଲଟିଗଲେ ବିଶ୍ୱବ୍ୟାପୀ । 

ସଚିନ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ୩୪,୦୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୧୦୦ ଶତକ ହାସଲ କରି ଏବଂ ୧୬୪ ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସେ ବ୍ରେଟ୍ ଲି, ଗ୍ଲେନ୍ ମ୍ୟାକଗ୍ରାଥ ଏବଂ ସେନ୍ ଓ୍ୱାର୍ଣ୍ଣଙ୍କ ପରି ମହାନ ବୋଲରଙ୍କ ବିପକ୍ଷରେ ବହୁତ ରନ୍ କରିଥିଲେ । କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସଚିନଙ୍କ ଅପାର ସଫଳତାର ମୂଳଦୁଆ ପଡିଥିଲା ତାଙ୍କ ଭାଇଙ୍କ ତ୍ୟାଗ ଓ ବଳିଦାନ ପାଇଁ । 

ସଚିନ ତେନ୍ଦୁଲକର କୁହନ୍ତି ଯେ ଅଜିତ ଏବଂ ସେ ଏକାଠି କ୍ରିକେଟର ସ୍ୱପ୍ନକୁ ଦେଖିଥିଲେ । ଅଜିତ ହିଁ ସଚିନ ତେନ୍ଦୁଲକରଙ୍କ ପ୍ରତିଭା ଦେଖିଥିଲେ । ଅଜିତ ତାଙ୍କ ଭାଇଙ୍କୁ ଆଗକୁ ନେବା ପାଇଁ କ୍ରିକେଟ୍ ଛାଡିଥିଲେ କ୍ରିକେଟ କ୍ୟାରିୟର । ଏହି ସମୟ ଯେତେବେଳେ ସଚିନ ତେନ୍ଦୁଲକରଙ୍କୁ ହୋଇଥିଲା ୧୧ ବର୍ଷ । 

ସଂଗେ ସଂଗେ ଭାଇ ଅଜିତ ତାଙ୍କୁ କୋଚ୍ ରମାକାନ୍ତ ଆର୍ଚେରକରଙ୍କୁ ପାଖକୁ ନେଇଯାଇଥିଲେ । ଯଦିଓ ସଚିନ୍ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ, ଦ୍ୱିତୀୟ ପ୍ରୟାସରେ ସେ କୋଚ୍‌ଙ୍କୁ ବହୁତ ମାତ୍ରାରେ ପ୍ରଭାବିତ କରିଥିଲେ । 'ସଚିନ୍‌ଙ୍କ ବାୟୋପିକ୍‌କେ ଦର୍ଶାଯାଇଛି ଯେ ଅଜିତ କିପରି ସଚିନଙ୍କ ଦକ୍ଷତାକୁ ସମ୍ମାନିତ କରିଥିଲେ । ଆଉ ଜଣେ ମହାନ କ୍ରିକେଟର ହେବା ପାଇଁ ମୂଳଦୁଆ ପକାଇଲେ । 

ଅଜିତଙ୍କ ସମର୍ଥନରେ ସଚିନ ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିବାରେ ସକ୍ଷମ ହୋଇଥିଲେ । ଉଭୟ ଭାଇ ଭାରତ ପାଇଁ ଏକାଠି କ୍ରିକେଟ୍ ଖେଳିବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ସଚିନଙ୍କ କ୍ୟାରିୟର ପାଇଁ ଅଜିତ କ୍ରିକେଟ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ସଚିନ କହିଛନ୍ତି ଯେ ଆର୍ଚେରକରଙ୍କ ସାର୍‌ଙ୍କ ଅଧୀନରେ ଆସିବା ପରେ ତାଙ୍କ ଜୀବନ ବଦଳି ଯାଇଥିଲା । ସଚିନ କ୍ରିକେଟ୍ ଜଗତର ଏହି ଚମତ୍କାର ଯାତ୍ରାକୁ ତାଙ୍କ ଭାଇଙ୍କୁ ମଧ୍ୟ ଉତ୍ସର୍ଗ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.