ନାକିଚୁଆ ସେକ୍ସନରୁ ହାତୀର ମୃତଦେହ ଉଦ୍ଧାର, ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେବ କାରଣ

Published By : Prameya-News7 Bureau | July 13, 2024 IST

ମୋରଡା /୭: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ କରେଣ୍ଟ ଲାଗି ହାତୀ ମୃତ୍ୟୁ ଅଭିଯୋଗ । ଶନିବାର ଭୋର୍‌ ପ୍ରାୟ ୪ଟା ସମୟରେ ହାତୀର ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ମୃତ ହାତୀର ବୟସ ୫ରୁ ୬ ବର୍ଷ ହେବ । ହାତୀ ମୃତ୍ୟୁ ହୋଇଥିବା ସ୍ଥାନରେ ଜିଆଇ ତାର ବନ୍ଧା ଥିବା ଦେଖିବାକୁ ମିଳିଛି । ସେହି ତାରରେ ବିଦ୍ୟୁତ ସଂଯୋଗ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । କିଛି ଦିନ ହେବ ନାକିଚୁଆ ସେକ୍ସନରେ ୭ଟିକିଆ ହାତୀପଲ ଆସି ରହୁଥିଲେ ।

ବାରମ୍ବାର ଏହି ସ୍ଥାନକୁ ହାତୀ ଆସି ଉତ୍ପାତ କରୁଥିବାରୁ କେହି ବିଦ୍ୟୁତ ତାର ଲଗେଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ବାରମ୍ବାର ବିଦ୍ୟୁତ ବିଭାଗ ଓ ବନବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଗାଁ ଲୋକ । ହାତୀ ମୃତ୍ୟୁର ଖବର ପାଇଁ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ରେଞ୍ଜର ଘନଶ୍ୟାମ ସିଂ ।  


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.