ବିନା IDରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଦିଆନଯାଉ; RBI, SBI ବିରୋଧରେ ହାଇକୋର୍ଟ ଗଲେ ବିଜେପି ନେତା

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ: ବିନା କୌଣସି ପରିଚୟ ପତ୍ର କିମ୍ବା କାଗଜପତ୍ରରେ ୨୦୦୦ ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ବଦଳା ଯାଇ ପାରିବ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଏହି ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବିଜେପି ନେତା ଅଶ୍ଵିନୀ ଉପାଧ୍ୟାୟ। ସେ ନିଜର ଜନସ୍ଵାର୍ଥ ମାମଲାରେ ଅଭିଯୋଗ କରିଛନ୍ତି ଯେ, ଏସବିଆଇର ମେ ୨୦ ତାରିଖର ବିଜ୍ଞପ୍ତି ତର୍କହୀନ ଏବଂ ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁଛି।

{"id":790625,"sizeSlug":"full","linkDestination":"none"}

ଆରବିଆଇ ଏବଂ ଏସବିଆଇର ନିଷ୍ପତ୍ତିକୁ ତର୍କହୀନ ଦର୍ଶାଇ ବିଜେପି ନେତା ଦାବି କରିଛନ୍ତି ଯେ, ୨୦୦୦ ଟଙ୍କିଆ ନୋଟ୍ ବଦଳାଉଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ହିଁ ଏହି ଅର୍ଥ ଜମା କରାଯାଉ। ଯାହା ଫଳରେ ସରକାରଙ୍କୁ କଳାଧନ ଏବଂ ଆୟ ବର୍ହିଭୂତ ସଂପତ୍ତି ରଖିଥିବା ଲୋକଙ୍କ ବିରୋଧରେ ସଠିକ୍ କାର୍ଯ୍ୟାନୁଷ୍ଠାନ ନେବାରେ ବେଶ ସହାୟକ ହେବ। ଏଥିସହ ନାଗରିକଙ୍କ ମୌଳିକ ଅଧିକାର ବଳବତ୍ତର ରହିବ। ତେଣୁ ବିନା ଆଇଡିରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା କିମ୍ବା ବଦଳାଇବାର ସୁବିଧା ଦିଆନଯାଉ ବୋଲି ହାଇକୋର୍ଟରେ ଦାବି କରିଛନ୍ତି ଅଶ୍ଵିନୀ ଉପାଧ୍ୟାୟ।

Ashwini Upadhyay issues first response after HC grants bail in Jantar  Mantar case; Read | India News

ସୂଚନାଯୋଗ୍ୟ, ଏକ ଅପ୍ରତ୍ୟାଶିତ ନିଷ୍ପତ୍ତିକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ଫେରାଇ ନେବାକୁ ଘୋଷଣା କରିଥିଲା। ମେ ୨୩ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ନୋଟ୍‌କୁ ଯେ କୌଣସି ବ୍ୟାଙ୍କରେ ବଦଳାଇବା ଏବଂ ଜମା କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ଲୋକଙ୍କୁ ୪ ମାସର ସମୟ ଦେଇଛି। ତେବେ ସେପ୍ଟେମ୍ବର ୩୦ ତାରିଖ ପରେ ବି ଏହି ନୋଟ୍‌ର ଆଇନଗତ ବୈଧତା ଜାରି ରହିବ।

RBI policy briefing: Five things to watch out for | Mint

ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ନୋଟ୍ ବଦଳାଇବା ପାଇଁ ଲୋକଙ୍କୁ ତର ବରିଆ ହେବାର କୌଣସି ଆବଶ୍ୟକତା ନାହିଁ। ସେମାନଙ୍କୁ ୪ ମାସର ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ଏହା ୨୦୧୬ ନୋଟ୍‌ବନ୍ଦୀ ପରେ ନୁହେଁ। ସେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପରେ ବି ଏହି ନୋଟ୍‌ର ବୈଧତା କାଏମ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.