ଅମରନାଥ ଯାତ୍ରାର ଆନୁଷ୍ଠାନିକ ଆରମ୍ଭ, ଉପରାଜ୍ୟପାଳ ମନୋଜ ସିହ୍ନା କଲେ ପ୍ରଥମ ପୂଜା

Published By : Prameya-News7 Bureau | June 22, 2024 IST

ନୂଆଦିଲ୍ଲୀ: ହିନ୍ଦୁଙ୍କ ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଗୋଟିଏ ଥିବା ଅମରନାଥ ଗୁମ୍ଫାରେ ଶନିବାର ପ୍ରଥମ ପୂଜା ହୋଇଛି । ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (ଏସଏଏସବି) ଅଧ୍ୟକ୍ଷ ତଥା ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ନିଜ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଆଜି ବାର୍ଷିକ ଶ୍ରୀ ଅମରନାଥ ଜୀଙ୍କ ଆଶୀର୍ବାଦ ନେଇଛି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ, ପ୍ରଗତି ଏବଂ ଖୁସି ପାଇଁ ପ୍ରର୍ଥନା କରିଛି ।



ସେ କହିଛନ୍ତି ଯେ କାଶ୍ମୀର ହିମାଚଳରେ ସମୁଦ୍ର ପତନରୁ ୩,୮୮୮ ମିଟର ଉଚ୍ଚରେ ସ୍ଥିତ ଗୁମ୍ଫା ମନ୍ଦିରର ପବିତ୍ର ତୀର୍ଥଯାତ୍ରା ସବୁବେଳେ ସାମ୍ପ୍ରଦାୟିକ ସଦ୍ଭାବର ପ୍ରତୀକ ରହିଛି କାରଣ ସ୍ଥାନୀୟ ମୁସଲମାନ ଯାତ୍ରୀଙ୍କୁ ଗୁମ୍ଫା ମନ୍ଦିର ଯାଏଁ ପହଞ୍ଚିବାରେ ସହଯୋଗ କରନ୍ତି ।

ଅନ୍ୟ ଏକ ବୟାନରେ ସେ କହିଛନ୍ତି, ଜାମ୍ମୁ କାଶ୍ମୀରର ପ୍ରଚୀନ ପରମ୍ପରା ରହିଛି ଯେ ସବୁ ସମୁଦାୟର ଲୋକ ଏହି ଯାତ୍ରାରେ ଭାଗ ନିଅନ୍ତି । ମୁଁ ସମସ୍ତ ନାଗରିଙ୍କୁ ଆଗ୍ରହ କରିବାକୁ ଚାହୁଁଛି ଯେ ସେମାନେ ଦେଶ ଏବଂ ବିଦେଶର ବିଭିନ୍ନ ସ୍ଥାନକୁ ଆସୁଥିବା ତୀର୍ଥଯାତ୍ରୀଙ୍କୁ ସ୍ୱାଗତ ଏବଂ ସେବା ପାଇଁ ଏକାସଙ୍ଗରେ ଆସିବେ । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁନ୍ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ୫୨ ଦିନ ଯାଏଁ ଚାଲିବ ଏବଂ ଅଗଷ୍ଟ ୧୯ରେ ଶ୍ରାବଣୀ ପୂର୍ଣ୍ଣିମା ସହ ଶେଷ ହେବ । ପ୍ରତିବର୍ଷ ଲକ୍ଷାଧିକ ଲୋକ ଏଠାକୁ ଦର୍ଶନ ପାଇଁ ପହଞ୍ଚିଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.