ଛୋଟ ଛୋଟ ରାମଲାଲାଙ୍କ ମୃର୍ତ୍ତିରୁ ତିଆରି ହୋଇଛନ୍ତି ଗଜାନନ, ଦେଖନ୍ତୁ ଏହି ଅଦ୍ଭୁତ ପ୍ରତିମା...

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ ୧୬।୦୯: ୭ ସେପ୍ଟେମ୍ବରରୁ ସାରା ଦେଶରେ ଗଜାନନଙ୍କର ହୋଇଛି ଆଗମନ । ସାରା ଦେଶରେ ଉତ୍ସବର ମାହୋଲ୍‌ । ଚାରିଆଡେ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି ଶ୍ରୀ ଗଣେଷ । କିନ୍ତୁ ଏବେ ଚର୍ଚ୍ଚାର ବିଷୟ ପାଳଟିଛି ଗଣପତିଙ୍କର ଏକ ଅନନ୍ୟ ପ୍ରତିମା । ଯାହାକୁ ଦେଖି ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । ଏହି ଗଜାନନଙ୍କୁ ତିଆରି କରିଥିବା କାରିଗର ଏବେ ପ୍ରଶଂସା ସାଉଁଟୁଛନ୍ତି । 

ଏହି ମୂର୍ତ୍ତିଟି ସଂସ୍କାରଧାନୀ ଜବଲପୁରରେ ସ୍ଥାପନ କରାଯାଇଛି । ଏହି ପ୍ରତିମାଟି ଅନନ୍ୟ ଏବଂ ଅଦ୍ବିତୀୟ । ଅଯୋଦ୍ଧା ରାମଲାଲାଙ୍କ ଛୋଟ ଛୋଟ ପ୍ରତିମାରେ ତିଆରି ହୋଇଛି ଗଜାନନଙ୍କ ମୂର୍ତ୍ତି ।ଏହାକୁ ତିଆରି କରିଛନ୍ତି ଜବଲପୁରର ଗଦା ଫାଟକ ଅଞ୍ଚଳର ବାସିନ୍ଦା ଜୟଶ ଗୁପ୍ତା । ଏହି ବିଶେଷ ମୂର୍ତ୍ତିକୁ ତିଆରି କରିବା ପାଇଁ ଜୟଶଙ୍କୁ ୧୫ ଦିନ ସମୟ ଲାଗିଥିଲା । 

ପ୍ରତିମାଟିକୁ ପ୍ରସ୍ତୁତ କରିବା ପାଇଁ  ରାମଲାଲାଙ୍କ ୨୫୧ଟି କ୍ଷୁଦ୍ର ପ୍ରତିମୂର୍ତ୍ତି ବ୍ୟବହାର କରାଯାଇଛି । ଆଉ ଭଗବାନ ଗଣେଶଙ୍କ ରୂପରେ ଅତି ଯତ୍ନର ସହିତ ତିଆରି କରାଯାଇଛି । ରାମଲାଲାଙ୍କ କ୍ଷୁଦ୍ର ମୂର୍ତ୍ତିଗୁଡ଼ିକରୁ ନିର୍ମିତ ଭଗବାନ ଗଣେଷଙ୍କ ମୂର୍ତ୍ତି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ଜୟଶ ଏହି ଅଦ୍ବିତୀୟ ମୂର୍ତ୍ତି ତିଆରି କରିବା ପାଇଁ ଅଯୋଧ୍ୟାରୁ ଅନଲାଇନରେ ରାମଲାଲାଙ୍କ କ୍ଷୁଦ୍ର ପ୍ରତିମା ଅର୍ଡର କରିଥିଲେ  ଏବଂ ଏହାକୁ ଗଣପତିଙ୍କ ଆକାର ଦେଇଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.