ଡ୍ରଗ୍ସର ହବ୍ ପାଲଟିଲାଣି ଗୁଜରାଟ: ଦିଲ୍ଲୀ ପରେ ଆଙ୍କଲେଶ୍ୱରରେ ବି ୫ ହଜାର କୋଟିର ଡ୍ରଗ୍ସ ଜବତ

Published By : Prameya-News7 Bureau | October 13, 2024 IST

indiatoday

ଗାନ୍ଧୀନଗର: ଦିଲ୍ଲୀ ଠାରୁ ପଲ୍ଲି ଚାରିଆଡ଼େ ଧଳା ଜହର ନିଶା। ନିକଟରେ ଦିଲ୍ଲୀରେ ୫ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ ଏବେ ଗୁଜରଟାର ଅଙ୍କଲେଶ୍ୱର ସହରରେ ପୁଣି ୫ ହଜାର କୋଟିର କୋକେନ ଜବତ ହୋଇଛି। ରବିବାର ଦିଲ୍ଲୀ ଓ ଗୁଜରାଟ ପୁଲିସର ମିଳିତ ଅପରେସନରେ ଏହି ଡ୍ରଗ୍ସ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସ ଏବଂ ଗୁଜରାଟ ପୋଲିସର ମିଳିତ ଭାବେ ଏହି ଅପରେସନ କରିଥିଲେ। ଦୁଇ ଟିମ୍ ମିଶି ଆଙ୍କଲେଶ୍ୱରର ଆଭକର ଡ୍ରଗ୍ସ ଲିମିଟେଡ୍ କମ୍ପାନୀ ପରିସରରେ ଚଢ଼ାଉ କରି ୫୧୮ କେଜିର ଡ୍ରଗ୍ସ ଜବତ କରିଥିଲେ। ଯାହାର ବଜାର ମୂଲ୍ୟ ୫ ହଜାର କୋଟି ହେବ। 

ନିକଟରେ ଦିଲ୍ଲୀ ପୁଲିସ ମଧ୍ୟ ଦୁଇଟି ଅଲଗା ଅଲଗା ଜାଗାରେ ଚଢ଼ାଉ କରି ୭୦୦ କେଜି କୋକେନ ଜବତ କରିଥିଲା। ସେଥିମଧ୍ୟରୁ ଅକ୍ଟୋବର ୧ ତାରିଖରେ ଦକ୍ଷିଣ ଦିଲ୍ଲୀ ମହିପୁରରୁ ୫୦୦ କେଜି କୋକେନ ଜବତ ହୋଇଥିବା ବେଳେ ରମେଶ ନଗର ଏରିଆରେ ୨୦୦ କେଜି କୋକେନ ଜବତ ହୋଇଥିଲା।

ପରେ ତଦନ୍ତରେ ଜଣାପଡ଼ିଥିଲା ଯେ ଏହି ଡ୍ରଗ୍ସ ଫାର୍ମା ସଲ୍ୟୁସନ୍ ସର୍ଭିସେସ୍ ନାମକ ଏକ କମ୍ପାନୀର ଥିଲା। ଏହା ଗୁଜୁରାଟର ଆଭାର୍ ଡ୍ରଗ୍ସ ଲିମିଟେଡ୍‌ରୁ ଆସିଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୧,୨୮୯ କେଜିର କୋକେନ ଏବଂ୪୦ କିଲୋଗ୍ରାମ ହାଇଡ୍ରୋପୋନିକ ଥାଇ ଗଞ୍ଜେଇ ଜବତ କରାଯାଇଛି। ଯାହାର ମୋଟ ମୂଲ୍ୟ ୧୩,୦୦୦ କୋଟି ଟଙ୍କା ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.