ନୂଆ ସମସ୍ୟାରେ ଆଦାନୀ, OCCRP ଅଭିଯୋଗକୁ ନେଇ ନିବେଶକ ଆତଙ୍କିତ, ଗ୍ରୁପର ସବୁ ସେୟାର କ୍ରାସ୍‌

Published By : Prameya-News7 Bureau | August 31, 2023 IST

ମୁମ୍ବାଇ ୩୧।୮: ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପରେ ପୁଣି  ସମସ୍ୟା ଦେଖାଦେଇଛି। ଏହା ପରଠାରୁ ଆଦାନୀ ଗ୍ରୁପର ସେୟାର ଆଜି ଗୁରୁବାର ଫୋକସରେ ରହିଛି। ଗ୍ରୁପର ସବୁ ସେୟାରରେ ହ୍ରାସ ଦେଖାଯାଇଛି। ବିଏସଇରେ ପ୍ରାରମ୍ଭିକ କାରବାର କାଳରେ ଆଦାନୀ ଏଣ୍ଟରପ୍ରାଇଜର୍ସ, ଆଦାନୀ ପୋର୍ଟ, ଆଦାନୀ ପାୱାର, ଆଦାନୀ ଗ୍ରୀନ ଏନର୍ଜୀ, ଆଦାନୀ ଗ୍ରୀନ ସଲ୍ୟୁସନସ୍‌ ଓ ଆଦାନୀ ୱିଲମର ସେୟାର ଦରରେ ୪ ପ୍ରତିଶତରୁ ଅଧିକ ହ୍ରାସ ଦେଖାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ସେୟାରରେ ଏପରି ହ୍ରାସ ଅର୍ଗାନାଇଜଡ୍ କ୍ରାଇମ ଆଣ୍ଡ କରପସନ ରିପୋର୍ଟିଂ ପ୍ରୋଜେକ୍ଟ(ଓସିସିଆରପି) ନାମକ ଏ ଗ୍ଲୋବାଲ ସଂସ୍ଥା ଦ୍ୱାରା ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ବିରୋଧରେ ଗଡବଡି ଅଭିଯୋଗ ପରେ ଦେଖାଯାଇଛି। ଓସିସିଆରପି ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ ଚୁପଚାପ ଉପାୟରେ  ନିଜର ସେୟାର କିଣି ଷ୍ଟକ୍ ଏକ୍ସଚେଞ୍ଜରେ ଲକ୍ଷଲକ୍ଷ ଡଲାର ନିବେଶ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ପ୍ରମୋଟର ପରିବାର ସମ୍ପର୍କିତ ଲୋକମାନେ ମରିସସ ସ୍ଥିତ ‘ଅଜ୍ଞାତ’ ନିବେଶ ଫଣ୍ଡ ମାଧ୍ୟମରେ ଆଦାନୀ ଗ୍ରୁପ ସେୟାରରେ କୋଟି କୋଟି ଡଲାର ନିବେଶ କରିଛନ୍ତି।

{"id":838478,"width":838,"height":472,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଓସିସିଆରପିକୁ ଜର୍ଜ ସୋରସ ଓ ରକ୍‌ଫେଲର ବ୍ରଦର୍ସ ଫଣ୍ଡ ଭଳି ସଂସ୍ଥାଙ୍କ ଦ୍ୱାରା ଫଣ୍ଡିଂ ମିଳୁଛି। ଜର୍ଜ ସୋରସ ସେହି ବିଲିଏନିୟର ଜିଏ ମଝିରେ ମଝିରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଥାନ୍ତି। ଏଥିରେ ଆସନ୍ତୁ ଜାଣିବା ଆଦାନୀ ଗ୍ରୁପର କେଉଁ ସେୟାରରେ ହୋଇଛି କେତେ ହ୍ରାସ।

ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ପ୍ରାରମ୍ଭିକ କାରବାର କାଳରେ ୪.୩ ପ୍ରତିଶତ ହ୍ରାସ ହୋଇ ୨୪୦୩.୬୦ ଟଙ୍କାକୁ ପହଞ୍ଚି ଯାଇଥିଲା। ସେହିପରି ଆଦାନୀ ପୋର୍ଟ ସେୟାର ମୂଲ୍ୟରେ ୨.୮୧ ପ୍ରତିଶତ ହ୍ରାସ ହୋଇ ୭୯୫.୯୫ଟଙ୍କାକୁ ପହଞ୍ଚି ଯାଇଛି। ଆଦାନୀ ଗ୍ରୀନ ଏନର୍ଜୀ ସେୟାରରେ ୪.୩୫ ପ୍ରତିଶତ ହ୍ରାସ ସହ ଏହା ୮୦୫.୫ଟଙ୍କାକୁ ଖସି ଆସିଛି। ଆଦାନୀ ଗ୍ରୀନ ସଲ୍ୟୁସନର ସେୟାର ୪ ପ୍ରତିଶତ ହ୍ରାସ ସହ ୬୨୬.୪୦ ଟଙ୍କାକୁ ଖସି ଯାଇଛି। ଆଦାନୀ ୱିଲମର ସେୟାର ପିଛା ୧.୮ ପ୍ରତିଶତ ହ୍ରାସ ସହ ୩୬୨ ଟଙ୍କାକୁ ପହଞ୍ଚି ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.