ଗାଜା ହସ୍ପିଟାଲରେ ଏୟାର ଷ୍ଟ୍ରାଇକ୍; ଆରବ ନେତାଙ୍କ ସହ ବୈଠକ ରଦ୍ଦ କଲେ ବାଇଡେନ

Published By : Prameya-News7 Bureau | October 18, 2023 IST

ନୂଆଦିଲ୍ଲୀ: ମଧ୍ୟ-ପୂର୍ବର ଆରବ ଦେଶ ନେତାଙ୍କ ସହିତ ଜୋ-ବାଇଡେନଙ୍କ ବୈଠକ ରଦ୍ଦ । ଗାଜା ଅଲ-ଅହଲ୍ଲି ହସ୍ପିଟାଲରେ ଏୟାର ଷ୍ଟ୍ରାଇକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆମେରିକା ରାଷ୍ଟ୍ରପତି ଇସ୍ରାଏଲରେ ପହଞ୍ଚିଥିଲେ ମଧ୍ୟ ଆରବ ଦେଶମାନଙ୍କ ସହିତ ଶିଖର ସମ୍ମିଳନୀରେ ସାମିଲ ହେବେ ନାହିଁ । ବାଇଡେନଙ୍କ ଏହି ଗସ୍ତର ମୁଖ୍ୟ କାରଣ ଥିଲା ଯୁଦ୍ଧରେ ଇସ୍ରାଏଲ ପ୍ରତି ସମର୍ଥନ ଜଣାଇବ ।  ଏହା ଛଡ଼ା ଗାଜା ପଟ୍ଟୀରେ ମାନବୀୟ ସହୟତା ପହଞ୍ଚାଇବା ପାଇଁ ଉପାୟ ଖୋଜିବା । ଏହା ସହିତ କିଙ୍ଗ୍ ଅବ୍ଦୁଲ୍ଲା ଦ୍ବିତୀୟ, ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତେହ ଅଲ୍ ସିସିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଥାନ୍ତେ ଆମେରିକା ରାଷ୍ଟ୍ରପତି। ହେଲେ ଗାଜା ହସ୍ପିଟାଲରେ ରକେଟ୍ ମାଡ଼ ପରେ ବୈଠକକୁ ବନ୍ଦ କରାଯାଇଛି ।

wp:embed {"url":"https://www.prameyanews7.com/israel-hamas-war-500-people-died-in-an-explosion-at-city-gaza-hospital/","type":"wp-embed","providerNameSlug":"prameya-news-7"}
https://www.prameyanews7.com/israel-hamas-war-500-people-died-in-an-explosion-at-city-gaza-hospital/
/wp:embed

ମଙ୍ଗଳବାର ଗାଜାପଟ୍ଟିର ଅଲ-ଅହଲ୍ଲି ହସ୍ପିଟାଲରେ ଏୟାର ଷ୍ଟ୍ରାଇକ୍ ହୋଇଛି । ଏହି ରକେଟ୍ ହମଲାରେ ପ୍ରାୟ ୫ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଇସ୍ରାଏଲ ଏହି ରକେଟ୍ ମାଡ଼ କରିଥିବା ନେଇ ଅଭିଯୋଗ କରିଛନ୍ତି ହମାସ ଏବଂ ସାଉଦୀ ଆରବ, ଇଜିପ୍ଟ, ସଞ୍ଜୁକ୍ତ ଆରବ ଭଳି ଦେଶ । ଜାଣିଶୁଣି ଇସ୍ରାଏଲ ଡିଫେନ୍ସ ଫୋର୍ସ ଏହି ହମଲା କରିଥିବା ଅଭିଯୋଗ ହୋଇଛି । ସେପଟେ ଏଭଳି ଅଭିଯୋଗକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଖଣ୍ଡନ କରିଛନ୍ତି । ଇସଲାମିକ୍ ରକେଟ୍ ମିସ୍‌ଫାୟାର ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

ତେଲ ଆଭିଭ ଗସ୍ତରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି । ମଙ୍ଗଳବାର ହସ୍ପିଟାଲ ଉପରେ ରକେମ୍ ମାଡ଼କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବାଇଡେନ୍ । ଏହି ଘଟଣା ପରେ ଆରବ ଦେଶ ମୁଖ୍ୟଙ୍କ ସହିତ ବୈଠକକୁ ରଦ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.