ପୀର ପଞ୍ଜାଲର ଶୁନ ଡିଗ୍ରି ତାପମାତ୍ରାରେ ଯୋଗ କଲେ ସେନା ଜବାନ, Video ଭାଇରାଲ

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ ୨୧।୬: ସାରା ବିଶ୍ୱ ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସରେ ବିଭିନ୍ନ ସ୍ଥାନରେ ଏକ ସଙ୍ଗେ ଯୋଗ କରିଛି। ବିଶ୍ୱର ବିଭିନ୍ନ କୋଣରୁ ଯୋଗର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଭାରତୀୟ ସେନା ମଧ୍ୟ ଦେଶର ଅଲଗା ଅଲଗା ଅଞ୍ଚଳରେ ଦେଶ ଓ ଶତ୍ରୁଙ୍କୁ ସେ କେତେ ଶକ୍ତିଶାଳୀ ତାର ବାର୍ତ୍ତା ଦେଇଛି। ଏହି କ୍ରମରେ ଭାରତୀୟ ସେନା ପୀର ପଞ୍ଜାଲ ପର୍ବତ ଶିଖରରେ ଯୋଗ କରି ସମସ୍ତଙ୍କୁ ଚମତ୍କୃତ କରିଛି। 

ପୀର ପଞ୍ଜାଲ ସମୁଦ୍ର ପତନରୁ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ। ଏଠାରେ ଶୁକ୍ରବାର ଦିନର ତାପମାତ୍ରା ଶୁନ ଡିଗ୍ରି ସେଲସିୟସ୍‌ରୁ ବି କମ୍ ଥିଲା। ଏଥିରେ ଭାରତୀୟ ସେନା ଜବାନ ଜାତୀୟ ପତାକା ତଳେ ଯୋଗର ବିଭିନ୍ନ ଆସନ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି। ଲୋକେ ଭିଡିଓରେ ନିଜନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଯୋଗର ଡ୍ରୋନ ଭ୍ୟୁ ଭିଡିଓ ଭାରତୀୟ ସେନା ସେୟାର କରିଥିବା ବେଳେ ସେନାର ସାମର୍ଥ୍ୟକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରିଛି। 


ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ କାଶ୍ମୀରର ଡାଲ ଲେକ କୂଳରେ ଯୋଗ କରିଛନ୍ତି। ଅନେକ ନେତା ଓ ଅଭିନେତା ଏହି ଅବସରରେ ଯୋଗ କରୁଥିବାର ଦେଖାଯାଇଛନ୍ତି। ତେବେ ପୀର ପଞ୍ଜାଲରେ ଭାରତୀୟ ସେନା ଜବାନ ମାନେ ଜାତୀୟ ପତାକା ତଳେ ବିଭିନ୍ନ ପ୍ରକାରର ଆସନ କରୁଥିବାର ଦେଖା ଯାଇଛନ୍ତି। ସେନାର ଏହି ଯୋଗ ଭିଡିଓକୁ ଏଏନଆଇ ତା ଅଧିକାରୀ ଏକ୍ସ ଆକାଉଣ୍ଟରେ ସେୟାର କରିଛି। 


ଏହି ଭିଡିଓକୁ ଅପଲୋଡ ହେବା ପରଠାରୁ ଏ ପର୍ଯ୍ୟନ୍ତ ୧ ହଜାର ଥର ଦେଖାଯାଇଥିବା ବେଳେ ଅନେକ ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି। ଏଥିରେ ୟୁଜର କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ୟୁଜର ଏତେ ଉଚ୍ଚତାରେ ଏହା ଭାରତୀୟ ସେନା ହିଁ କେବଳ କରିପାରେ ବୋଲି ଉଲ୍ଲେଖ କରିଥିବା ବେଳେ ଆଉ ଜଣେ ୟୁଜର ଯୋଗ କରୁଥିବା ଦେଖି ଭାରତୀୟ ସେନା ଜବାନଙ୍କ ତାକତର ଅନ୍ଦାଜ କରିପାରୁଛି ବୋଲି ଉଲ୍ଲେଖ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.