ବିଜେଡି ବିଧାୟକଙ୍କ ଦାବି ; ନୀତି ଆୟୋଗ ବୈଠକରେ କଣ ଦାବି ଉଠିଛି, ତାହା ଗୃହକୁ ଜଣାଅ…

Published By : Prameya-News7 Bureau | July 30, 2024 IST

ଭୁବନେଶ୍ୱର ୩୦।୦୭ : ବିଧାନସଭା ବଜେଟ ଅଧିବେଶନ । ସପ୍ତମ ଦିନର ଶୂନ୍ୟ କାଳରେ ଉଠିଲା ନୀତି ଆୟୋଗ ବୈଠକରେ ରାଜ୍ୟ ଦାବି ପ୍ରସଙ୍ଗ । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

ଅରୁଣ ସାହୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଯେ, ଉପ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ ସ୍ପେଶାଲ ଷ୍ଟେଟ ମାନ୍ୟତା, ସ୍ପେଶାଲ ଫୋକସ ଷ୍ଟେଟ, ସ୍ପେଶାଲ ଆଲୋକେସନ ନେଇ କଣ ଦାବି ରଖିଛନ୍ତି ଗୃହକୁ ଜଣାନ୍ତୁ। ଆଶା ରଖିଥିଲୁ ଭରସା ବି କରିଥିଲୁ ଲୋକଙ୍କ ସରକାର ବହୁତ କଥା ଉଠାଇବେ | ୨୦୧୪ ମସିହାରେ ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ବୋଲି ବିଜେପି ପ୍ରତିଶୃତି ଦେଇଥିଲେ | ବିଭିନ୍ନ ସଂଗଠନ ତରଫରୁ ଦାବି ଉଠିଥିଲା | କିନ୍ତୁ କେନ୍ଦ୍ର ସରକାରଙ୍କ ଏକ କମିଟି  ମନା କରିଦେଇଛନ୍ତି । ଏପରିକି ସ୍ପେସିଆଲ ଫୋକସ ଷ୍ଟେଟ  ମଧ୍ୟ ଗ୍ରହଣୀୟ ନୁହେଁ । ଏବେ ନୂଆ ଏକ ଯୁଗ ଆରମ୍ବ ହୋଇଛି । 

ସେହିପରି ସ୍ପେଶାଲ ଆଲୋକେସନ ନେଇ ଦାବି ରଖିଛନ୍ତି କି ନାହିଁ । ସ୍ପେସିଆଲ ଆଲୋକେସନରେ ଆନ୍ଧ୍ର ଓ ବିହାର ବହୁ ଅନୁଦାନ ପାଇଛନ୍ତି | ଜନ ସାଧାରଣଙ୍କ ହିତଦୃଷ୍ଟିକୁ ଓଡ଼ିଶାର ଲାଭ ପାଇଁ କଣ ଦାବି ରଖିଛନ୍ତି । ଓଡିଶାରୁ ୨୦ ସାଂସଦ ଯାଇଛନ୍ତି । କେନ୍ଦ୍ରରେ ଓଡ଼ିଶା ଯୋଗୁ ସରକାର ଗଢ଼ିଛନ୍ତି । ପ୍ରତିଶୃତିର ବନ୍ୟା ଛୁଟାଇଛନ୍ତି। ନୀତି ଆୟୋଗ ବୈଠକରେ କଣ ଦାବି କରିଛନ୍ତି । ଏନେଇ ଗୃହରେ ସ୍ପଷ୍ଟୀକରଣ ରଖିବାକୁ ଦାବି କଲେ ବିଜେଡି ବିଧାୟକ ଅରୁଣ ସାହୁ । ସେହିପରି କଂଗ୍ରେସ ମଧ୍ୟ ସମାନ ଦାବି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.