ମିଛ କହି ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ, ଥାନାରେ ଦମ୍ପତି ଅଟକ

Published By : Prameya-News7 Bureau | September 08, 2024 IST

ବଡବିଲ ୮।୯: ଯୋଡ଼ା ଥାନା ଅଧୀନସ୍ଥ ବାଂଶପାଣି ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ରକରି ଉତ୍ତେଜନା । ପୁଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । 

ସୂଚନା ଅନୁସାରେ ଝାଡ଼ଖଣ୍ଡ ଜଗନ୍ନାଥପୁର ଅଂଚଳରୁ ଏକ ଧର୍ମ ଯାଯକ ଦମ୍ପତି ଆସି ଯୋଡ଼ା ବାଂଶପାଣି ବସ୍ତି ଅଞ୍ଚଳରେ ରହି ଅଶିକ୍ଷିତ ଆଦିବାସୀମାନଙ୍କୁ ମିଛ କହି ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି । କେବକଳ ସେତିକି ନୁହେଁ, ଏମାନେ ବସ୍ତିର କିଛି ନାବାଳକ ପିଲାଙ୍କୁ ଡାକି ପ୍ରାର୍ଥନା ସଭାରେ ଯୋଗ ଦେବାକୁ କହିବା ସହ ନିର୍ଦ୍ଦିଷ୍ଟ ଧର୍ମ ସମ୍ପର୍କରେ ପ୍ରବର୍ତ୍ତାଇବା ନେଇ ଲୋକେ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି । ତେବେ ଏହି ଧର୍ମ ଯାଯକ ଦମ୍ପତି ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହିତ କହିଛନ୍ତି ଯେ, ଲୋକଙ୍କ ଧର୍ମ ପରିବର୍ତ୍ତନ ହେଉନାହିଁ, ସେମାନଙ୍କ ମନ ପରିବର୍ତ୍ତନ ହେଉଛି । ତେବେ ବିଭିନ୍ନ ମିଛ କଥା କହି ଧର୍ମ ପରିବର୍ତ୍ତନ ନକରିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିବା ସହ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଚାହିଁଛନ୍ତି ।

You Can Read:

ରକ୍ତ ପାଇଁ ଯୁବକଙ୍କ ଉନ୍ମତକାଣ୍ଡ ! ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.