ଭାରତପେ ବିରୋଧରେ କରିଥିବା ଆବେଦନ ପ୍ରତ୍ୟାହାର କଲେ ଅଶନୀର ଗ୍ରୋଭର, ୨୦୨୨ରୁ ଚାଲିଥିଲା ବିବାଦ

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ: ଭାରତପେ ସହ-ସଂସ୍ଥାପକ ଏବଂ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶନୀର ଗ୍ରୋଭର, ନାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ ବା ଏନସିଏଲଟିରେ କରିଥିବା ଆବେଦନ ଫେରାଇନେଇଛନ୍ତି। ଏହି ଆବେଦନରେ ସେ ଭାରତପେର ନିର୍ଦ୍ଦେଶକ ମଣ୍ଡଳୀ ଉପରେ ଖରାପ ଆଚରଣ ତଥା କୁପରିଚାଳନା ଅଭିଯୋଗ ଆଣିଥିଲେ।

ଗ୍ରୋଭର ଏନସିଏଲଟିରୁ ମାମଲା ପ୍ରତ୍ୟାହାର ପାଇଁ ଅକ୍ଟୋବର ୧୭ରେ ଆବେଦନ କରିଥିଲେ। ଏଥିରେ ସେ ଏନସିଏଲଟିରେ ମାମଲା ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ଅଶନୀର ଗ୍ରୋଭରଙ୍କ ତରଫରୁ ଓକିଲ ଆବେଦନ ଫେରାଇନେବାକୁ ଆବେଦନ କରିଥିଲେ। 

ସୂଚନାଥାଉକି, ଗତ ସେପ୍ଟେମ୍ବର ୩୦ ତାରିଖରେ ଗ୍ରୋଭର କମ୍ପାନି ସହ ବୁଝାମଣା କରିଥିଲେ। ଆଉ ଏହି ବୁଝାମଣା ଅନୁଯାୟୀ ହିଁ ଗ୍ରୋଭର ମାମଲା ପ୍ରତ୍ୟାହାର କରିଛନ୍ତି। ଏହା ସହ କମ୍ପାନି ଏବଂ ଗ୍ରୋଭରଙ୍କ ମଧ୍ୟରେ ଜାରି ଆଇନଗତ ଲଢ଼େଇର ସମାପ୍ତ ହୋଇଛି। 

ରିପୋର୍ଟ ଅନୁଯାୟୀ, ୨୦୨୨ ମାର୍ଚ୍ଚରେ କମ୍ପାନି ଗ୍ରୋଭରଙ୍କୁ କମ୍ପାନି ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇଥିଲା, ଯାହା ପରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିଥିଲେ। ପକୃତରେ, ଭାରତପେର କୋ-ଫାଉଣ୍ଡର ଅଶନୀର ଗ୍ରୋଭର ୨୦୨୨ରୁ ବିବାଦରେ ଥିଲେ। ଏହା ପଛରେ ମୁଖ୍ୟ କାରଣ ଥିଲା ଅଶନୀରଙ୍କ ଏକ ଭାଇରାଲ ଅଡିଓ। ଏଥିରେ ସେ କୋଟକ ମହିନ୍ଦ୍ରା ବ୍ୟାଙ୍କ୍‌ର ଜଣେ କର୍ମଚାରୀଙ୍କୁ ଅପମାନଜନକ ଭାଷାରେ କଥା ହେଉଥିଲେ। ଏହା ବ୍ୟତୀତ କମ୍ପାନିର ନିୟମ ବିରୋଧରେ ବ୍ୟବହାର କରିବା ନେଇ ମଧ୍ୟ ତାଙ୍କ ଉପରେ ଅଭିଯୋଗ ଲାଗିଥିଲା।

ଅଶନୀର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଥିଲା। ଯାହା କମ୍ପାନି ତାଙ୍କ ଉପରେ ମଧ୍ୟ କମ୍ପାନି ଯାଞ୍ଚ କରିଥିଲା। ଏହି ଯାଞ୍ଚରେ ତାଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭରଙ୍କୁ ଟଙ୍କା ହେରଫେରରେ ସାମିଲ ଥିବା ଜଣାପଡ଼ିଥିଲା। ତାଙ୍କ ଉପରେ ଅଭିଯୋଗ ରହିଥିଲା ଯେ, ସେ ବ୍ୟକ୍ତିଗତ କାମ ପାଇଁ କମ୍ପାନିର ଟଙ୍କାର ବ୍ୟବହାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.