ନିଜ ଘରକୁ ଫେରିଲେ ରବିଚନ୍ଦ୍ରନ ଅଶ୍ଵିନ, ମେଗା ନିଲାମରେ ଏତିକି କୋଟି ଖର୍ଚ୍ଚ କଲା ସିଏସକେ

Published By : Prameya-News7 Bureau | November 24, 2024 IST

abp live

ନୂଆଦିଲ୍ଲୀ: ନିଜ ଘରକୁ  ଫେରିଲେ ରବିଚନ୍ଦ୍ରନ ଅଶ୍ଵିନ। ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୫ର ମେଗା ନିଲାମରେ ୯.୭୫ କୋଟି ଟଙ୍କାରେ କିଣିଛି। ଅଶ୍ଵିନଙ୍କ ମୂଳ ମୂଲ୍ୟ ୨ କୋଟି ଥିଲା। ଏହା ପୂର୍ବରୁ ଅଶ୍ଵିନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ। 

ଅଶ୍ଵିନ ସିଏସକେ ପକ୍ଷରୁ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଖେଳିଥିଲେ। ଏହା ପରେ ରାଇଜିଂ ପୁଣ୍ଡେ ସୁପର ଜାଏଣ୍ଟସର ଅଂଶ ଥିଲେ। ୨୦୧୮ରୁ କିଛି ବର୍ଷ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଥିଲେ। ଗତ ସିଜିନରେ ରାଜସ୍ଥାନ ରୟାଲ୍ସର ସଦସ୍ୟ ଥିଲେ। ଆଉ ଏବେ ନିଜ ଘରକୁ ଫେରିଛନ୍ତି ଏହି ତାରକା ଅଫ ସ୍ପିନର।

ଅଶ୍ଵିନ ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ୨୧୧ ମ୍ୟାଚ୍ ଖେଳି ୮୦୦ ରନ କରିଛନ୍ତି। ବୋଲିଂରେ ୧୮୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଗତ ସଂସ୍କରଣରେ ସେ ୧୫ଟି ମ୍ୟାଚ୍ ଖେଳି ୯ଟି ସଫଳତା ପାଇଥିଲେ।

ଚେନ୍ନାଇ ଡେଭନ କନଓ୍ଵେ ଓ ରଚିନ ରବୀନ୍ଦ୍ରଙ୍କୁ ପୁଣି ଥରେ ନିଜ ଦଳରେ ସାମିଲ କରିଛି। ଏହି ଦୁଇ ଖେଳାଳିଙ୍କୁ ନିଲାମ ପୂର୍ବରୁ ସିଏସକେ ଦଳରୁ ରିଲିଜ୍ କରିଥିଲା। ଏବେ ସିଏସକେ କନଓ୍ଵେଙ୍କୁ ୬.୨୫ କୋଟି ଓ ରଚିନଙ୍କୁ ୪ କୋଟି ଟଙ୍କାରେ କିଣିଛି। ସିଏସକେ ରବୀନ୍ଦ୍ର  ଜାଡ଼େଜା ଓ ଋତୁରାଜ ଗାଏକ୍ଵାଡ଼ଙ୍କୁ ୧୮-୧୮ କୋଟି ଟଙ୍କାରେ ରିଟେନ୍ କରିଥିଲା। 

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.