ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମରେ ଅନେକ ଖେଳାଳିଙ୍କ ପାଇଁ ଦଳ ଗୁଡ଼ିକ ମନ ଖୋଲି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଲରାଉଣ୍ଡର ବର୍ଗରେ ଭେଙ୍କଟେଶ ଆୟରଙ୍କ ନାଁ ଆସିବା ପରେ କେହି ଭାବି ନ ଥିଲେ ଯେ, ଏହି ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ ମଧ୍ୟରେ ଏମିତି ପ୍ରତିଯୋଗିତା ହେବ। କିନ୍ତୁ ଶେଷରେ କୋଲକାତା ନାଇଟ୍ ରାଇଡର୍ସ ଏହି ଅଲରାଉଣ୍ଡରଙ୍କୁ ୨୩.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିବାରେ ସଫଳ ହୋଇଛି।
Also read: IPL 2025 Auction: SRHର ହେଲେ ମହମ୍ମଦ ଶାମି, ଡେଭିଡ୍ ମିଲରଙ୍କ ପାଇଁ ଏତିକି କୋଟି ଖର୍ଚ୍ଚ କଲା LSG
ସବୁଠୁ ବଡ଼ କଥା ଆଇପିଏଲ୍ ୨୦୨୪ ପର୍ଯ୍ୟନ୍ତ ଭେଙ୍କଟେଶ କୋଲକାତା ଦଳର ପ୍ରମୁଖ ଖେଳାଳି ଥିଲେ। କିନ୍ତୁ ଫ୍ରାଞ୍ଚାଇଜ ଏହି ଖେଳାଳିଙ୍କୁ ନିଲାମ ପୂର୍ବରୁ ଦଳରୁ ରିଲିଜ କରିଥିଲା। ଏହା ପରେ ଭେଙ୍କଟେଶ ନିଲାମ ପାଇଁ ନିଜର ନାଁ ପଞ୍ଜିକରଣ କରିଥିଲେ। ତାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଥିଲା। ଆଉ ଏବେ ପୁଣି ଥରେ ଭେଙ୍କଟେଶଙ୍କ କେକେଆରକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଏଥର କେକେଆର ନିଜର ଏହି ଖେଳାଳି ପାଇଁ ୨୩.୭୫ କୋଟି ଟଙ୍କା ମୋଟା ଅଙ୍କ ଖର୍ଚ୍ଚ କରିଛି।
ରଚିନ ରବୀନ୍ଦ୍ର ୪ କୋଟିରେ
ଏମିତି ଅନେକ ଖେଳାଳି ଅଛନ୍ତି ଯାହାଙ୍କୁ ଆଶା ମୁତାବକ ଅର୍ଥ ମିଳିନାହିଁ। ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୪ କୋଟି ଟଙ୍କାରେ କିଣିଛି। ସେପଟେ ଆଡନ ମାରକ୍ରମଙ୍କୁ ଲକ୍ଷ୍ନୌ ତାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କାରେ ସାମିଲ କରିଛି। ରାହୁଲ ତ୍ରିପାଠୀଙ୍କ ଉପରେ ମଧ୍ୟ ଅଧିକ ଟଙ୍କା ବର୍ଷା ହୋଇ ନାହିଁ। ଏହି ଷ୍ଟାଇଲିସ୍ ବ୍ୟାଟଙ୍କୁ ଚେନ୍ନାଇ ୩.୪୦କୋଟି ଟଙ୍କାରେ କିଣିଛି।
IPL ୨୦୨୫ରେ ଏ ପର୍ଯ୍ୟନ୍ତ ମହଙ୍ଗା ଖେଳାଳି
ଋଷଭ ପନ୍ତ- LSG- ୨୭ କୋଟି
ଶ୍ରେୟସ ଆୟର- PBKS- ୨୬.୭୫ କୋଟି
ଭେଙ୍କଟେଶ ଆୟର- KKR-୨୩.୭୫ କୋଟି
ଅର୍ଶଦୀପ ସିଂ- PBKS- ୧୮ କୋଟି
ୟୁଜବେନ୍ଦ୍ର ଚହଲ- PBKS- ୧୮ କୋଟି
ଜୋସ୍ ବଟଲର- GT- ୧୫.୭୫ କୋଟି