ନୂଆଦିଲ୍ଲୀ: କମିଲା ଇଶାନ କିଶନଙ୍କ ଦାମ। ଆଇପିଏଲ୍ ନିଲାମୀରେ ଇଶାନ କିଶନଙ୍କ ଦାମ ୨୬ ପ୍ରତିଶତ କମିଯାଇଛି। ତାଙ୍କୁ ସନ୍ରାଇଜର ହାଇଦ୍ରାବାଦ ୧୧.୨୫ କୋଟି ଟଙ୍କାରେ କିଣିଛି। ଏହାପୂର୍ବରୁ ୨୦୨୨ ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଶନଙ୍କୁ ୧୫.୨୫ କୋଟି ଟଙ୍କାରେ କିଣିଥିଲା। ଏଥର ଇଶାନ କିଶନଙ୍କ ପାଇଁ ମୁମ୍ବାଇ ୨ କୋଟି ଟଙ୍କାର ନିଲାମ ଡାକିଥିଲା। ଅଧିକରୁ ଅଧିକ ୩.୨୦ କୋଟି ପର୍ଯ୍ୟନ୍ତ ଯାଇଥିଲା ଦଳ।
ଅନ୍ୟପଟେ ଋଷବ ପନ୍ତ ହାତରୁ ଚାଲିଯିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଜଣେ ୱିକେଟ୍ କିପର ବ୍ୟାଟର ଖୋଜୁଥିଲେ। ଏଥିପାଇଁ ପଞ୍ଜାବ ସହିତ ନିଲାମୀ ମୁକାବିଲା ହୋଇଥିଲା ହେଲେ ଶେଷରେ ସନ୍ରଇଜର ହାଇଦ୍ରାବାଦ ବାଜି ମାରି ୧୧.୨୮ କୋଟି ଟଙ୍କାରେ ଇଶାନ କିଶନଙ୍କୁ କିଣି ନେଇଛି। ୨୦୨୫ ଆଇପିଏଲ ସଂସ୍କରଣରେ ଇଶାନଙ୍କୁ ଏକ ନୂଆ ଦଳରେ ଦେଖିବାକୁ ମିଳିବ। ସେ ସନ୍ରାଇଜର ହାଇଦ୍ରାବାଦ ପାଇଁ ଫାଇଟ୍ କରିବେ।
ଗତ ମାସରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଜଶପ୍ରୀତ ବୁମ୍ରା, ରୋହିତ ଶର୍ମା ଏବଂ ତିଲକ ବର୍ମାଙ୍କୁ ରଖିବା ପରେ ଇଶାନ କିଶନଙ୍କୁ ରିଲିଜ କରିଥିଲା। ନିଲାମୀର ଇଶାନ କିଶନ ବିକ୍ରି ତ ହୋଇଗଲେ ହେଲେ ଦାମ ୨୬ ପ୍ରତିଶତ କମିଗଲା।
ଟପ୍ ଅର୍ଡରରେ ବ୍ୟାଟିଂ କରୁଥିବା ବିସ୍ଫୋରକ ବ୍ୟାଟର ଇଶାନ କିଶନ ୨୦୧୬ରୁ ଆଇପିଏଲ୍ ଖେଳୁଛନ୍ତି। ୨୦୨୦ ମସିହାରେ ସେ ଭଲ ଖେଳ ପ୍ରଦର୍ଶନ କରିଥିଲେ। ଏଥିରେ ୫୭.୩୩ ଆଭରେଜ୍ରେ ୫୧୬ ରନ୍ କରିଥିଲେ।