ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ପଚାରିଲେ ସେ କହିବ: ତାମିଲନାଡୁ ପାଣ୍ଠି ଆବଣ୍ଟନ ନେଇ ମୋଦୀଙ୍କ ବୟାନରେ ଚିଦାମ୍ବରମଙ୍କ ଜବାବ

Published By : Prameya-News7 Bureau | April 06, 2025 IST

indiatoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁ ଗସ୍ତରେ ଆଜି ଷ୍ଟାଲିନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏନଡିଏ ନେତୃତ୍ୱାଧୀନ ସରକାର ୨୦୧୪ ପୂର୍ବର କଂଗ୍ରେସ ସରକାର ତୁଳନାରେ ତାମିଲନାଡୁର ବିକାଶ ପାଇଁ ତିନି ଗୁଣ ଅଧିକ ପାଣ୍ଠି ଆବଣ୍ଟନ କରିଛି। ହେଲେ ତଥାପି କିଛି ଲୋକ ମିଛଟାରେ ଲୁହ ଗଡ଼ାଉଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏଭଳି ବୟାନର ଜବାବ ରଖିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ କଂଗ୍ରେସ ନେତା ପି ଚିଦାମ୍ବରମ। ପାଣ୍ଠି ଆବଣ୍ଟନରେ ବାର୍ଷିକ ବୃଦ୍ଧି ଏକ ସାଧାରଣ ପ୍ରକ୍ରିୟାର ଅଂଶ। ଅର୍ଥନୀତିରେ ଏହା ଖୁବ୍ ସାଧାରଣ କଥା। କୌଣସି ବି ଅର୍ଥନୀତିର ପ୍ରଥମ ବର୍ଷର ଛାତ୍ର ଏହାକୁ ଭଲଭାବରେ ବ୍ୟାଖ୍ୟା କରିପାରିବ ବୋଲି ଚିଦାମ୍ବରମ କହିଛନ୍ତି। 

ରବିବାର ସକାଳେ ତାମିଲନାଡୁର ରାମେଶ୍ୱରମରେ ପମ୍ବନ ବ୍ରିଜ୍‌ର ଶୁଭ ଉଧ୍‌ଘାଟନ ସମେତ ଏକାଧିକ ପ୍ରକଳ୍ପର ଉଦ୍‌ଘଟାନ ଓ ଭିତ୍ତିପ୍ରସ୍ତର ସ୍ଥପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମୟରେ ସେ ରାମେଶ୍ୱରମ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ସରକାରଙ୍କର କେନ୍ଦ୍ର ପାଣ୍ଠି ଅଟକାଉଛି ବୋଲି ଅଭିଯୋଗ ଉପରେ ଜବାବ ଦେଇଥିଲେ। 

ମୋଦୀ କହିଥିଲେ ଯେ ରାଜ୍ୟର ସଡ଼କ ପ୍ରକଳ୍ପ, ରେଳ ପ୍ରକଳ୍ପ ଓ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ପୂର୍ବ ସରକାର ଅପେକ୍ଷା ବହୁ ଗୁଣା ପାଣ୍ଠି ଆବଣ୍ଟନ କରାଯାଇଛି। ତଥାପି କିଛି ଲୋକ ପାଣ୍ଠି ପାଇଁ ମିଛ କାନ୍ଦଣା କାନ୍ଦୁଛନ୍ତି। ମୋଦୀଙ୍କର ଏହି ଦାବି ଉପରେ ଚିଦାମ୍ବରମ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବାର୍ଷିକ ଆବଣ୍ଟନ, ସମୟ ଅନୁସାରେ ବୃଦ୍ଧି ପାଇଥାଏ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆବଣ୍ଟିତ ହୋଇଥିବା ରାଶି ଦେଶର ଜିଡିପି ଓ ସାମଗ୍ରୀକ ସରକାରୀ ଖର୍ଚ୍ଚ ଅନୁପାତରେ ପଢ଼ିଛି କି ନାହିଁ ତାହା ଦେଖିବା କଥା। 

ଏନେଇ ଚିଦାମ୍ବର ଏକ୍ସରେ ପୋଷ୍ଟ କରି ଲେଖିଥିଲେ “ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀମାନେ ଲଗାତାର କହୁଛନ୍ତି ଯେ ସେମାନେ୨୦୦୪-୧୪ ତୁଳନାରେ ୨୦୧୪-୨୪ ରେ ତାମିଲନାଡୁକୁ ଅଧିକ ପାଣ୍ଠି ଦେଇଛନ୍ତି। ଉଦାହରଣ ସ୍ୱରୂପ, ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ତାମିଲନାଡୁରେ ରେଳ ପ୍ରକଳ୍ପ ପାଇଁ ପୂର୍ବ ଅପେକ୍ଷା ୭ ଗୁଣ ଅଧିକ ଟଙ୍କା ଦେଇଛି। ଅର୍ଥନୀତିର ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ପଚାରନ୍ତୁ। ସେ ଆପଣଙ୍କୁ କହିବେ ଯେ 'ଅର୍ଥନୈତିକ ମାପଦଣ୍ଡ' ସର୍ବଦା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିବ।” 

ପଢ଼ନ୍ତୁ- ଟ୍ରମ୍ପଙ୍କ ଟାରିଫ୍ ଛାଟରେ ସେୟାର ବଜାର କ୍ରାସ୍; TCS ରୁ RIL ଓ Infosys ପର୍ଯ୍ୟନ୍ତ ବଡ଼ କ୍ଷତି

ଚିଦାମ୍ବରମ ଆହୁରି ଲେଖିଛନ୍ତି “ପୂର୍ବ ଅପେକ୍ଷା ଏବେ ଦେଶର ଜିଡିପିର ଆକାର ବଡ଼। ପୂର୍ବ ବର୍ଷ ଅପେକ୍ଷା ପ୍ରତିବର୍ଷ କେନ୍ଦ୍ରୀୟ ବଜେଟର ଆକାର ବି ବଡ଼ ହେଉଛି। ସେହିପରି ସରକାରଙ୍କ ମୋଟ ଖର୍ଚ୍ଚ ମଧ୍ୟ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ପ୍ରତିବର୍ଷ ବଢ଼ୁଛି। ଆପଣ ବି ପୂର୍ବ ବର୍ଷ ଅପେକ୍ଷା ଗୋଟିଏ ବର୍ଷ ବଡ଼ ହୋଇଛନ୍ତି। 'ସଂଖ୍ୟା' ଦୃଷ୍ଟିରୁ, ସଂଖ୍ୟାଟି ବଡ଼ ହେବ, କିନ୍ତୁ ଏହା ଜିଡିପର ଅନୁପାତ ଦୃଷ୍ଟିରୁ ଅଧିକ ନା ମୋଟ ଖର୍ଚ୍ଚର ଅନୁପାତ ଦୃଷ୍ଟିରୁ ଅଧିକ?”

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.